ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ମନୁ ଭାକର ଓ ଗୁକେଶଙ୍କ ସମେତ ୪ କ୍ରୀଡ଼ାବିତ୍‌ ଖେଳରତ୍ନରେ ସମ୍ମାନିତ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଅଲିମ୍ପିକ୍‌ରେ ଦୁଇ ଦୁଇଟି ପଦକ ଜିତିଥିବା ମହିଳା ସୁଟର ମନୁ ଭାକର ଓ ବିଶ୍ଵ ଚେସ୍‌ ଚମ୍ପିଆନ୍‌ ଡି. ଗୁକେଶଙ୍କ ସମେତ ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ବିତରଣ ସମାରୋହରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ। ଖେଳ ରତ୍ନ ବ୍ୟତୀତ ୩୨ ଜଣ କ୍ରୀଡ଼ାବିତ୍‌ଙ୍କୁ ୨୦୨୪ରେ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉତ୍ତମ ପ୍ରଶିକ୍ଷଣ ପାଇଁ ପାଞ୍ଚ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଜାନୁଆରୀ ପ୍ରଥମ ସପ୍ତାହରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଥିଲା। ମନୁ ଓ ଗୁକେଶଙ୍କ ବ୍ୟତୀତ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଏବଂ ପାରାଲିମ୍ପିୟନ ପ୍ରବୀଣ କୁମାରଙ୍କୁ ମଧ୍ୟ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି।

କ୍ରୀଡାରେ ଉନ୍ନତ ପ୍ରଦର୍ଶନ ପାଇଁ ଏଥର ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣ ପାରା ଆଥଲେଟ୍ ରହିଛନ୍ତି। ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ଅମନ ସେରାୱତ , ସୁଟର ସ୍ୱପ୍ନିଲ କୁସାଲେ, ସରବଜୋତ ସିଂହ ରହିଛନ୍ତି। ଅନ୍ୟ ଖେଳାଳି ମାନେ ହେଲେ, ଜ୍ୟୋତି ୟାରାଜୀ ( ଆଥଲେଟିକ୍ସ), ଅନ୍ନୁ ରାନି (ଆଥଲେଟିକ୍ସ), ନିତୁ ଘାଙ୍ଗସ୍ (ବକ୍ସିଂ), ସ୍ବିଇଟି ବୋରା (ବକ୍ସିଂ), ବନ୍ତିକା ଭାଣ୍ଟିକା ଅଗ୍ରୱାଲ୍ (ଚେସ୍ ), ସାଲିମା ଟେଟେ (ହକି ), ଅଭିଷେକ (ହକି), ସଞ୍ଜୟ (ହକି), ଜରମନପ୍ରୀତ ସିଂ (ହକି), ସୁଖଜିତ ସିଂ (ହକି), ରାକେଶ କୁମାର (ପାରା-ତୀରନ୍ଦାଜ), ପ୍ରୀତି ପାଲ୍ (ପାରା-ଆଥଲେଟିକ୍ସ) ଜୀବାଞ୍ଜୀ ଦୀପ୍ତି (ପାରା-ଆଥଲେଟିକ୍ସ ), ଅଜିତ ସିଂ – (ପାରା-ଆଥଲେଟିକ୍ସ ), ସଚିନ୍ ସରଜେରାଓ ଖିଲାରୀ (ପାରା-ଆଥଲେଟିକ୍ସ ), ଧରମବୀର ( ପାରା-ଆଥଲେଟିକ୍ସ ), ପ୍ରଣବ ସୋର୍ମା (ପାରା-ଆଥଲେଟିକ୍ସ ), ହୋକାଟୋ ହୋଟୋଜେ ସେମା (ପାରା-ଆଥଲେଟିକ୍ସ), ସିମରନ୍ ଶର୍ମା (ପାରା-ଆଥଲେଟିକ୍ସ), ନବଦୀପ ସିଂ ( ପାରା-ଆଥଲେଟିକ୍ସ), ନୀତେଶ କୁମାର (ପାରା-ବ୍ୟାଡମିଣ୍ଟନ୍), ଥୁଲାସିମାଥୀ ମୁରୁଗେସାନ୍ (ପାରା-ବ୍ୟାଡମିଣ୍ଟନ୍), ନିତ୍ୟା ଶ୍ରୀ ସିବାନ୍ (ପାରା-ବ୍ୟାଡମିଣ୍ଟନ୍), ମନୀଷା ରାମାଦାସ (ପାରା-ବ୍ୟାଡମିଣ୍ଟନ୍ ), କପିଲ ପରମାର (ପାରା-ଜୁଡୋ), ମୋନା ଅଗ୍ରୱାଲ ( ପାରା-ସୁଟିଙ୍ଗ୍ ), ରୁବିନା ଫ୍ରାନ୍ସିସ୍ (ପାରା-ସୁଟିଙ୍ଗ୍ ), ଅଭୟ ସିଂ ( ସ୍କ୍ୱାସ୍), ସାଜନ ପ୍ରକାଶ – (ସ୍ବିମିଂ) ।

Leave A Reply

Your email address will not be published.