ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ନୂତନ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଦେବେ ସରକାର

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା। କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଏନେଇ ନୂଆ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ କ୍ୟାବିନେଟରେ ମୋହର ବାଜିଛି। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦% ଛାଡ଼ କରାଯାଇଛି। ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବୁ। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍‌ ରିହାତିରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଶକ୍ତି ବିଭାଗ ଦ୍ୱାରା ଗ୍ରୀଡକୋକୁ ଦିଆଯାଇଥିବା ୩୧୦୮.୨୧କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଧ୍ୟ ପିଛିଲା ଭାବେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ପ୍ରସ୍ତାବଗୁଡ଼ିକ ସମେତ ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରୁ ସ୍ୱାପିଂ ଆଧାରରେ ଗ୍ରୀଡକୋକୁ ମିଳିଥିବା ୩୧୦୮.୨୧କୋଟି ଟଙ୍କାର ଦୀର୍ଘ ଅବଧି ଋଣ ପାଇଁ ଶକ୍ତି ବିଭାଗ ଦେଇଥିବା ସରକାରୀ ଗ୍ୟାରେଣ୍ଟିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ଗ୍ରୀଡକୋର ସୁଧହାର ହ୍ରାସ ପାଇବ ଓ ଉପଭୋକ୍ତାଙ୍କ ଉପରେ ବୋଝ କମିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ ବୋଲି କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ପାଠ ପଢି ପାରିବେ । ଆସନ୍ତା ୪ ବର୍ଷ ମଧ୍ୟରେ ଆଦର୍ଶ ବିଦ୍ୟାଳୟ କାମ ସରିବ। ହାଇସ୍କୁଲର ଫିଡର ସ୍କୁଲ ଭାବରେ ଏହା କାର୍ଯ୍ୟ କରିବ । ପ୍ରତି ବିଦ୍ୟାଳୟ ପିଛା ମୋଟ ୪-୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୫-ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ ନ ଥିଲା। ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ ହୋଇ ନ ଥିଲା। ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା। ତେଣୁ ଆଜି ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ୧୨,୫୬,୧୪୮ କୋଟି ଦାବି କରିବୁ। ଏନେଇ ଆଜି କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହି ଅର୍ଥ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରାଯିବ।

Leave A Reply

Your email address will not be published.