ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ଭାସିଗଲେ ଯୁବକ

0

କେନ୍ଦୁଝର: ଭୋଜି କରିବା ହେଲା କାଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ ଥିବା ଗଭୀର ଗଣ୍ଡରେ ରବିବାର ଅପରାହ୍ନରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା ବାଲିକୁଦା ଗାଁର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ୍‌ ଦାସ।

ମିଳିଥିବା ସୂଚନା ମୁତାବକ, ବିଶ୍ୱଜିତ୍‌ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମାରୁତି ସୁଜୁକି ସର୍ଭିସ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଅଫିସ ଷ୍ଟାଫଙ୍କ ସହ ସେ ଭୀମକୁଣ୍ଡକୁ ଭୋଜି କରିବାକୁ ଆସିଥିଲେ। ଭୀମକୁଣ୍ଡର ଠାକୁରମୁଣ୍ଡା ପାର୍ଶ୍ୱରେ ଭୋଜି ପାଇଁ ରୋଷେଇ ଚାଲିଥିଲା। ସେତିକିବେଳେ ବିଶ୍ୱଜିତ୍‌ ସାନ କୁଣ୍ଡ ଉପରେ ଥିବା ଗଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଶ୍ୱଜିତଙ୍କ କୌଣସି ସନ୍ଧାନ ମିଳି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.