ପ୍ରମୁଖ ଖବର

ମହାକୁମ୍ଭ ଦଳଚକଟା: ମୃତକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ଆଦିତ୍ୟନାଥ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ୪ ସପ୍ତାହ ମଧ୍ୟରେ ମାମଲା ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତ ପାଇଁ ୮ ଚୁକ୍ତି ସ୍ଵାକ୍ଷର
ବରିଷ୍ଠ ଓଡ଼ିଆ ଗୀତିକାର ତଥା ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କର ପରଲୋକ
ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ତଷ୍ଟ୍ରିଆଲ ପାର୍କ: ମୁଖ୍ୟମନ୍ତ୍ରୀ
କାର୍ଯ୍ୟରେ ଅବହେଳା ପାଇଁ ଦେବଗଡ଼ ପୌରାଧ୍ୟକ୍ଷା ବହିଷ୍କୃତ

ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ବିଭାଗ ପକ୍ଷରୁ ସମସ୍ତ ଜିଲାର ଜିଲାପାଳଙ୍କୁ ଏନେଇ ଏକ ଚିଠି ଜାରି ହୋଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ମିଶନ ଶକ୍ତି ଅଧିନରେ ଥିବା ସମସ୍ତ ପ୍ରଶାସନିକ ସଂଗଠନ, କାର୍ଯ୍ୟକାରୀ କମିଟି ଓ ସବ-କମିଟିର ପର୍ଯ୍ୟାୟକ୍ରମେ ପୁନର୍ଗଠନ ହେବ। ଏପରିକି ପ୍ରତ୍ୟେକ ପ୍ରଶାସନିକ କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ। ପ୍ରତି ତିନି ବର୍ଷରେ ଥରେ ନେତୃତ୍ୱ ପରିବର୍ତ୍ତନ କରାଯିବ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତିକୁ ବଡ଼ ବୟାନ ଦେଇ କହିଥିଲେ, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ। ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି। ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ। ମିଶନ ଶକ୍ତି ଯଦି ଠିକ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ବରୂପ ହିଁ ହେବ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମିଶନଶକ୍ତି ବନ୍ଦ ହେବନି ବରଂ ଦୌଡିବ। ବଦଳିବ ମିଶନ ଶକ୍ତି କାୟାକଳ୍ପ। ଭୋଟ ବ୍ୟାଙ୍କରେ ଗଣା ହେବେନି କି ରାଜନୀତିରେ ମଧ୍ୟ ପଶିବେନି ମିଶନ ଶକ୍ତି।

Leave A Reply

Your email address will not be published.