ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ପରଲୋକ

0

କଟକ: ବରିଷ୍ଠ ଓଡ଼ିଆ ଗୀତିକାର ତଥା ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କର ପରଲୋକ ଘଟିଛି। ୮୭ ବର୍ଷ ବୟସରେ କଟକ ଏସସିବି ମେଡିକାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନାୟୁଜନିତ ସମସ୍ୟା ପାଇଁ କିଛି ମାସ ହେବ ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପ୍ରାୟ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା।
ତାଙ୍କ ବିୟୋଗରେ ଗୀତିକବି ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ବୃନ୍ଦାବନ ଜେନା କେତେକ ସିନେମାରେ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ‘ଏମିତି ରାତି ସେ ଯେ ଅଭୁଲା ସ୍ମୃତି..(ସଉତୁଣୀ)’, ‘ଆତ୍ମୀୟ ସ୍ବଜନ ବନ୍ଧୁ କେହି ନୁହେଁ ଚିର…(କୁଳଚନ୍ଦ୍ରମା)’, ‘ପୀରତି ତୋର ଦୁରୁ ଜୁହାର..(ଧରିତ୍ରୀ)’ ଆଦି ଗୀତ ଶ୍ରୋତାଙ୍କୁ ଆଜି ବି ରୋମାଞ୍ଚିତ କରେ। ସେ ଉଭୟ ଛବିର ସଂଳାପ ବି ରଚନା କରିଥିଲେ। ବୃନ୍ଦାବନ ଜେନା ଅନେକ ପ୍ରାମାଣିକ ଚିତ୍ର ବି ନିର୍ମାଣ କରିଥିଲେ। ୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିଥିବା ବୃନ୍ଦାବନଙ୍କ କୃତୀ ଭିତରେ ରହିଛି ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଏମିତି ରାତି ଯେ ଅଭୂଲା ସ୍ମୃତି ଭଳି ଚୀର ସବୁଜ ଗୀତ।

କେବଳ ଗୀତ ରଚନା ନୁହେଁ ବରଂ ୮ ଟି ଚଳଚ୍ଚିତ୍ରରେ ସେ ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଭାବେ କାମ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଶାସ୍ତ୍ରୀ ଓ ବାଟ ଅବାଟ ଜାତୀୟ ସ୍ତରରେ ସମ୍ମାନଜନକ ପୁରସ୍କାର ପାଇଥିଲା। ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ସ୍ନାତକୋତ୍ତର ବିଭାଗରୁ ପ୍ରଥମ ସ୍ବର୍ଣ୍ଣପଦକ ବିଜେତା ଛାତ୍ର ଭାବେ ଉତ୍ତୀର୍ଣ୍ଣ ହେବା ପରେ ବୃନ୍ଦାବନ ଟେଲିକମ୍ ବିଭାଗରେ ଚାକିରି କରିବା ସହ ଚଳଚ୍ଚିତ୍ର ଗୀତ ରଚନା, ପୁସ୍ତକ ରଚନାରେ ଲାଗି ପଡିଥିଲେ। ସେ ୧୫ଟି ପୁସ୍ତକ ରଚନା ମଧ୍ୟ କରିଛନ୍ତି।

Leave A Reply

Your email address will not be published.