ପ୍ରମୁଖ ଖବର

୧୩ ଫେବ୍ରୁଆରିରୁ ବିଧାନସଭା ବ‌ଜେଟ୍ ଅଧିବେଶନ, ୧୨ରେ ସର୍ବଦଳୀୟ ବୈଠକ
ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଓଡିଶାକୁ କୃମିମୁକ୍ତ କରିବାକୁ ଦେଢ଼ କୋଟିରୁ ଅଧିକ ଲୋକ ଖାଇବେ କୃମି ଔଷଧ
ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା
ପ୍ରତିଶ୍ରୁତି ରଖିଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’
ରାଜଧାନୀ ରାସ୍ତାରେ ପ୍ରୟୋଗ ହେବ ଏସ୍‌ଏମ୍‌ଏ ଟେକ୍ନୋଲୋଜି
ରାଉରକେଲାରେ ମାଲଗାଡ଼ିର ଦୁଇଟି ବଗି ଲାଇନଚ୍ୟୁତ

୧୩ରୁ ବିଧାନସଭା ବଜେଟ୍‌, ୧୨ରେ ସର୍ବଦଳୀୟ ବୈଠକ

0

ଭୁବନେଶ୍ବର: ଫେବୃଆରୀ ୧୩ ତାରିଖରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ। ଫେବୃଆରୀ ୧୭ରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ଏପ୍ରିଲ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ।

ଆସନ୍ତା ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ ବସିବ। ଦିନ ୧୧ଟା ବେଳେ ବୈଠକ ହେବ। ଶାନ୍ତିଶୃଙ୍ଖଳାରେ ଗୃହ ପରିଚାଳନା ପାଇଁ ବାଚସ୍ପତି ସମସ୍ତଙ୍କ ସହ ଆଲୋଚନା କରିବେ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ।

ଫେବୃଆରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ୧୬ତାରିଖ ରବିବାର ଛୁଟି ଥିବାବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ। ୨୨ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହେବ। ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ସବୁ ଗୃହରେ ଆଗତ ହେବ। ମାର୍ଚ୍ଚ ୧୦ରୁ ବିଭାଗୱାରି ଅନୁଦାନ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୨୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ।

Leave A Reply

Your email address will not be published.