ପ୍ରମୁଖ ଖବର

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ
ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତରଭୁଜ ଖାଇ ପରିବାରର ୫ ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ
ନାବାଳିକା ନିର୍ଯାତନା ମାମଲାରେ ଗିରଫ ହେବେ ବିଜେପି ମନ୍ତ୍ରୀ ସଞ୍ଜୟ ଙ୍କପୁଅ
ରାଜ୍ୟରେ ନାହିଁ ତୈଳ ସଙ୍କଟ : ଆଇଓସିଏଲ୍
ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଦିନ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ନିୟମିତ ତାଲିମ ଯାତ୍ରା ସମୟରେ ଏକ ଭାରତୀୟ ବାୟୁସେନା ମିରେଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ସୌଭାଗ୍ୟର କଥା ହେଲା ବିମାନ ଉଡ଼ାଉଥିବା ପାଇଲଟଙ୍କର ଜୀବନ ବଞ୍ଚି ଯାଇଛି। ଦୁର୍ଘଟଣା ପୂର୍ବରୁ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା ଏବଂ ଏହି ଘଟଣାରେ କୌଣସି ମୃତାହତ ହୋଇଥିବାର ରିପୋର୍ଟ ନାହିଁ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ବିମାନଟିରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସନ୍ଦେହ କରାଯାଉଛି, ଯାହା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବିମାନ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ପଠାଇଥିଲା। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଭିଡିଓଗୁଡ଼ିକରେ ବିମାନର ଭଗ୍ନାବଶେଷ ପଡ଼ିବ ସହ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଶତାଧିକ ଲୋକେ ଭିଡ଼ ଜମାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ହଟାଇଛି।

Leave A Reply

Your email address will not be published.