ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଦିନ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ନିୟମିତ ତାଲିମ ଯାତ୍ରା ସମୟରେ ଏକ ଭାରତୀୟ ବାୟୁସେନା ମିରେଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ସୌଭାଗ୍ୟର କଥା ହେଲା ବିମାନ ଉଡ଼ାଉଥିବା ପାଇଲଟଙ୍କର ଜୀବନ ବଞ୍ଚି ଯାଇଛି। ଦୁର୍ଘଟଣା ପୂର୍ବରୁ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା ଏବଂ ଏହି ଘଟଣାରେ କୌଣସି ମୃତାହତ ହୋଇଥିବାର ରିପୋର୍ଟ ନାହିଁ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ବିମାନଟିରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସନ୍ଦେହ କରାଯାଉଛି, ଯାହା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବିମାନ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ପଠାଇଥିଲା। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଭିଡିଓଗୁଡ଼ିକରେ ବିମାନର ଭଗ୍ନାବଶେଷ ପଡ଼ିବ ସହ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଶତାଧିକ ଲୋକେ ଭିଡ଼ ଜମାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ହଟାଇଛି।

Leave A Reply

Your email address will not be published.