ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

0

ନୂଆଦିଲ୍ଲୀ: ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ମୁଦ୍ରାନୀତିକୁ ନେଇ ସୂଚନା ଦେଇଛନ୍ତି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା। ରେପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଥିବା ନେଇ ସୂଚନା ମିଳିଛି। ଏହା ଫଳରେ ଗୃହ ନିର୍ମାଣ ଉପରେ ଇଏମଆଇ ଖସିବାର ସମ୍ଭାବନା ରହିଛି।

କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ବ୍ୟାଙ୍କଗୁଡ଼ିକ ଗୃହ ଋଣ, କାର ଋଣ, ଶିକ୍ଷା ଋଣ, କର୍ପୋରେଟ୍ ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ପୂର୍ବରୁ ୨୦୨୦ ମଇ ମାସରେ କରୋନା ମହାମାରୀ ଯୋଗୁଁ ରେପୋ ରେଟ୍ ହ୍ରାସ କରିଥିଲା ରିଜର୍ଭ ବ୍ୟାଙ୍କ। ସେତେବଳେ ଦେଶରେ ଲକଡାଉନ୍ ଲାଗୁ ହୋଇଥିଲା। ଏହାର ୫ ବର୍ଷ ପରେ ଆଜି ରେପୋ ରେଟ୍ ହ୍ରାସ କରିଛି ଆରବିଆଇ।
ଗତ ୨୦୨୪ ଡିସେମ୍ବରରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମୁଦ୍ରା ନୀତି କମିଟି ବୈଠକ ହୋଇଥିଲା । ତିନି ଦିନ ଧରି ଚାଲିଥିଲା ଏହି ବୈଠକ। ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବା ସମୟରେ, ସଞ୍ଜୟ ମାଲହୋତ୍ରା ରେପୋ ରେଟରେ ୦.୨୫ ପ୍ରତିଶତ କିମ୍ବା ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ନେଇ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଗତ ୨୦୨୩ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହାପରେ ଲଗାତର ୧୧ଥର ରେପୋ ରେଟ୍ ଅପରିବର୍ତ୍ତିତ ରହିଥିଲା। ପୂର୍ବରୁ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ସ୍ଥିର ରଖିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଫଳରେ ଇଏମଆଇରେ କୌଣସି ପରିବର୍ତ୍ତନ ହୋଇନଥିଲା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏନେଇ ସୂଚନା ଦେଇଥିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର ଇଏମଆଇ ପୂର୍ବ ପରି ସମାନ ରହିଥିଲା।

Leave A Reply

Your email address will not be published.