ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାକୁମ୍ଭରେ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ପ୍ରୟାଗରାଜ: ଆସନ୍ତାକାଲି ସୋମବାର ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସେ ଆସନ୍ତାକାଲି ଉତ୍ତରପ୍ରଦେଶ ଗସ୍ତ କରିବେ। ମହାକୁମ୍ଭ ମେଳାରେ ୮ ଘଣ୍ଟା ସମୟ ଅତିବାହିତ କରିବେ। ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ପ୍ରୟାଗରାଜ ଗସ୍ତ ସମୟରେ ରାଷ୍ଟ୍ରପତି ପବିତ୍ର ସ୍ନାନ କରି ସଙ୍ଗମରେ ପୂଜାର୍ଚ୍ଚନା କରିବେ, ଅକ୍ଷୟବଟ ଓ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବେ ଏବଂ ଡିଜିଟାଲ କୁମ୍ଭ ଅନୁଭବ କେନ୍ଦ୍ର ପରିଦର୍ଶନ କରିବେ।

ପୌଷ ପୂର୍ଣ୍ଣିମା (ଜାନୁଆରୀ ୧୩)ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶ ମହାକୁମ୍ଭ ସାରା ବିଶ୍ୱରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। ଏହା ଫେବ୍ରୁଆରି ୨୬ ମହାଶିବରାତ୍ରୀ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.