ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଇସ୍ତଫା; ଇମ୍ଫାଲସ୍ଥିତ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ସହ ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି
ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

ଏଲଓସି ନିକଟରେ ଆଇଇଡି ବିସ୍ଫୋରଣ, ୨ ଯବାନ ଶହୀଦ

0

ଜମ୍ମୁ: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା ହ୍ବାଇଟ ନାଇଟ୍‌ କର୍ପସ କହିଛନ୍ତି।

ଏ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ, ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟ ଭଟ୍ଟାଲ ଅଞ୍ଚଳରେ ଏକ ବିସ୍ଫୋରଣ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ଏହା ଏକ ଆଇଡିରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଆଇଇଡି ବିସ୍ଫୋରଣ ବ୍ୟତୀତ ଆଜି ଜମ୍ମୁର ଅଖନୁର ସେକ୍ଟରରେ ଏକ ମୋର୍ଟାର ସେଲ୍‌ ମିଳିଛି। ଏହାକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରିଦେଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ନାମାନ୍ଦର ଗାଁ ନିକଟସ୍ଥ ପ୍ରତାପ କେନାଲରେ ଏକ ମୋର୍ଟାର ସେଲ ଦେଖିଥିଲେ।

ଏନେଇ ସୂଚନା ମିଳିବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ବୋମା ନିଷ୍କ୍ରିୟ ଦଳକୁ ଡକାଯାଇଥିଲା, ଯେଉଁମାନେ ମୋର୍ଟାର ସେଲକୁ ନିଷ୍କ୍ରିୟ କରିଥିଲେ। ଯବାନମାନେ ଏହି ଅଞ୍ଚଳକୁ ଅକ୍ତିଆର କରିନେଇଛନ୍ତି ଏବଂ ସର୍ଚ୍ଚ ଅପରେସନ୍ ଚାଲିଛି। ଆହତ କର୍ମଚାରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଜଣେ କ୍ୟାପ୍ଟେନଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି ବୋଲି ସେନା ପକ୍ଷରୁ ସୂଚନା ରହିଛି।

ଏହାର ଗୋଟିଏ ଦିନ ପୂର୍ବରୁ, ସୋମବାର, ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ରେ ଗୁଳିଚାଳନା ଯୋଗୁଁ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନ ଜଣକ ନୌଶେରା ସେକ୍ଟର କଲାଲ ଅଞ୍ଚଳର। ଆଇଇଡି ବିସ୍ଫୋରଣ ବ୍ୟତୀତ ଆଜି ଜମ୍ମୁର ଅଖନୁର ସେକ୍ଟରରେ ଏକ ମୋର୍ଟାର ସେଲ୍‌ ମିଳିଛି। ଏହାକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରିଦେଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ନାମାନ୍ଦର ଗାଁ ନିକଟସ୍ଥ ପ୍ରତାପ କେନାଲରେ ଏକ ମୋର୍ଟାର ସେଲ ଦେଖିଥିଲେ। ଏନେଇ ସୂଚନା ମିଳିବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ବୋମା ନିଷ୍କ୍ରିୟ ଦଳକୁ ଡକାଯାଇଥିଲା, ଯେଉଁମାନେ ମୋର୍ଟାର ସେଲକୁ ନିଷ୍କ୍ରିୟ କରିଥିଲେ।

Leave A Reply

Your email address will not be published.