ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ

0

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି ଏବେ ବିଦେଶ ଗସ୍ତରେ ଥିବା ବେଳେ ମୁମ୍ବାଇ ପୋଲିସକୁ ମିଳିଛି ଧମକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ପୂର୍ବରୁ ତାଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ ମୁମ୍ବାଇ ପୋଲିସ ପାଖକୁ ଆସିଛି। ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏହି ଧମକପୂର୍ଣ୍ଣ ଫୋନରେ ବ୍ୟକ୍ତିଟି ଦାବି କରିଥିଲା ଯେ, ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ବିମାନ ଉପରେ ଆକ୍ରମଣ କରିପାରନ୍ତି। ଯାହାକୁ ନେଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ବେଳେ ମୁମ୍ବାଇ ପୋଲିସ୍ ଏହାକୁ ଗୁରୁତର ସହ ନେଇ ଏଜେନ୍ସିକୁ ଅବଗତ କରାଇବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଲା ଯେ, ଫୋନ୍ କରିଥିବା ବ୍ୟକ୍ତିଟି ମାନସିକ ସ୍ତରରେ ଅସୁସ୍ଥ। ଯାହାକୁ ବର୍ତ୍ତମାନ ମୁମ୍ବାଇ ପୋଲିସ୍ ଗିରଫ କରିଛି।

ତେବେ କହିରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ଚାରି ଦିନିଆ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଚାରି ଦିନିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସ ଯାତ୍ରା ଶେଷ କରିବା ପରେ ବୁଧବାର ଆମେରିକାରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.