ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ

0

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ। ପ୍ରଭୁ ରାମଲାଲାଙ୍କର ପରମଭକ୍ତ ତଥା ରାମ ଜନ୍ମଭୂମୀ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପରଲୋକ ହୋଇଛି। ୮୫ ବର୍ଷ ବୟସରେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି। ସେ ଗତ ୩ ତାରିଖରୁ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।
ମିଳିଥିବା ଖବର ଅନୁଯାୟୀ, ବ୍ରେନ ଷ୍ଟ୍ରୋକ ପରେ ଗତ ଫେବୃଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଶେଷରେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସତ୍ୟେନ୍ଦ୍ର ଦାସ। ବାପା ଅଭିରାମ ଦାସଙ୍କ ଠାରୁ ପ୍ରଭାବିତ ହୋଇ ସେ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ। ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଶେଷରେ ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ ସତ୍ୟେନ୍ଦ୍ର। ୧୯୯୨ ମସିହାରେ ରାମମନ୍ଦିର ପୂଜକ ତାଙ୍କୁ ଦାୟିତ୍ବ ମିଳିଥିଲା। ଗତ ୩ଦଶନ୍ଧି ଧରି ସେ ରାମମନ୍ଦିର ପ୍ରଭୁ ରାମଲାଲାଙ୍କ ପୂଜାର୍ଚ୍ଚନା କରୁଥିଲେ। ତେବେ ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ ସତ୍ୟେନ୍ଦ୍ର। ପ୍ରାୟ ୩୩ ବର୍ଷ ଧରି ରାମଲାଲା ମନ୍ଦିର ସହିତ ଜଡିତ ଥିଲେ। ୧୯୯୨ ମସିହାରେ ବାବରୀ ଧ୍ୱଂସ ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରରେ ପୂଜା କରୁଥିଲେ।

Leave A Reply

Your email address will not be published.