ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଲୋକ ସଭାରେ ଆଗତ ହେଲା ନୂତନ ଆୟକର ବିଲ

0

ନୂଆଦିଲ୍ଲୀ: ଲୋକସଭାରେ ନୂତନ ଆୟକର ବିଲ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି।ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଥିଲେ। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ ବଦଳାଇବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ସ୍ବଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ।

ନୂତନ ବିଲ ଆଇନଗତ ଶବ୍ଦଗୁଡ଼ିକୁ ସରଳୀକୃତ ଏବଂ ସଂକ୍ଷିପ୍ତ କରିଛି, ଯାହା ଏହାକୁ ବୁଝିବା ସହଜ କରିଛି। ୬୨୨ ପୃଷ୍ଠା ବିଶିଷ୍ଟ ଏହି ବିଲ ୬ ଦଶକ ପୁରୁଣା ଆୟକର ଆକ୍ଟ ୧୯୬୧ ବଦଳରେ ଲାଗୁ ହେବ। ପ୍ରସ୍ତାବିତ ଆଇନକୁ ଆୟକର ଅଧିନିୟମ ୨୦୨୫ କୁହାଯିବ ଏବଂ ଏହା ଏପ୍ରିଲ ୨୦୨୬ରୁ ଲାଗୁ ହେବା ଆଶା କରାଯାଉଛି। ପୁରୁଣା ୮୨୩ ପୃଷ୍ଠା ତୁଳନାରେ ନୂତନ ଆୟକର ବିଲ ୬୨୨ ପୃଷ୍ଠା ରହିଛି। ତେବେ ଚାପ୍ଟର ସଂଖ୍ୟା ୨୩ ରହିଛି। ସେକ୍ସନ ୨୯୮ରୁ ବୃଦ୍ଧି ପାଇ ୫୩୬ କରିଦିଆଯାଇଛି। ପୂର୍ବରୁ ବଜେଟରେ ଆୟକରକୁ ନେଇ ବଡ ଆଶ୍ବସ୍ତି ଦିଆଯାଇଥିଲା। ନୂଆ ନିୟମ ଅନୁସାରେ ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ କୌଣସି କର ଦେବାକୁ ପଡିବନାହିଁ। ନୂତନ ବିଲ ଆଇନଗତ ଶବ୍ଦଗୁଡ଼ିକୁ ସରଳୀକୃତ ଏବଂ ସଂକ୍ଷିପ୍ତ କରିଛି, ଯାହା ଏହାକୁ ବୁଝିବା ସହଜ କରିଛି।

ନୂଆ ଆୟକର ବିଧେୟକକୁ ଶୁକ୍ରବାର କ୍ୟାବିନେଟ୍ ମଞ୍ଜୁରି ଦେଇଥିଲା। ଲୋକସଭାରେ ଆଗତ ହେବା ପରେ ଏହାକୁ ସଂସଦୀୟ ସମିତି ନିକଟକୁ ପଠାଯିବ। ସମିତି ସୁପାରିଶ ଦେବା ପରେ ପୁଣି ସରକାର କ୍ୟାବିନେଟ୍ ମାଧ୍ୟମରେ ଏଥିରେ ନିଷ୍ପତ୍ତି ନେବେ କି ଏହି ସଂଶୋଧନକୁ ସାମିଲ କରିବା ଜରୁରି କି ନାହିଁ। ଏହା ପରେ ବିଧେୟକ ସଂସଦକୁ ପୁଣି ଆସିବ ଏବଂ ସରକାର ଏହାକୁ ଲାଗୁ କରିବାର ତାରିଖ ଉପରେ ନିଷ୍ପତ୍ତି ନେବେ। ସରକାର ଅନେକ ବର୍ଷ ହେବ ଆୟକର ବିଧେୟକକୁ ସହଜ କରିବା ପାଇଁ ଚେଷ୍ଟା କରୁଥିଲେ। ଏଥିପାଇଁ ୨୦୧୮ରେ ଏକ ସ୍ବତନ୍ତ୍ର ଦଳ ମଧ୍ୟ ଗଠନ ହୋଇଥିଲା ଯାହା ୨୦୧୯ରେ ନିଜ ରିପୋର୍ଟ ପ୍ରଦାନ କରିଥିଲା।

Leave A Reply

Your email address will not be published.