ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ରେମୁଣା ତହସିଲଦାର ଗିରଫ

0

ରେମୁଣା: କୋଟିପତି ରେମୁଣା ତହସିଲଦାର ଗିରଫ। ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ।

ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ ହୋଇଥିଲା। ଦୁଇଟି ପ୍ଳଟ, ୯୩୭ ଗ୍ରାମ ସୁନା, ଏବଂ ପାଖାପାଖି ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା। ଏତେ ସଂପତ୍ତି କେଉଁଠୁ ଆଣିଲେ, ତାର ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ ତହସିଲଦାର। ଫଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ। ମଙ୍ଗଳବାର ସକାଳେ ଭିଜିଲାନ୍ସ ମୁଖ୍ୟାଳୟରୁ ଏକ ଟିମ୍‌ ବାଲେଶ୍ବର ସର୍କିଟ୍ ହାଉସ୍‌ ନିକଟରୁ ତହସିଲଦାର ଶ୍ରୀ ପତିଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବାପରେ ତାଙ୍କୁ ମୁଖ୍ୟାଳୟକୁ ନିଆଯାଇଥିଲା। ତାଙ୍କ ନାଁରେ ଏକାଧିକ ପ୍ଲଟ୍‌, ଫ୍ଲାଟ୍‌ ଥିବା ଜାଣିବାକୁ ପାଇଥିଲେ।

ସୂଚନା ଅନୁସାରେ, ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍‌ର ୩ ବିଏଚ୍‌କେ ଫ୍ଲାଟ୍‌, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍‌କେ ଫ୍ଲାଟ୍‌, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍‌ରେ ୧୫୫୪ ବର୍ଗଫୁଟ୍‌ର ଏକ ଫ୍ଲାଟ୍‌ ରହିଥିବା ବେଳେ ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍‌ ରହିଛି। ଏସବୁର ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା।

Leave A Reply

Your email address will not be published.