ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରେମୁଣା ତହସିଲଦାର ଗିରଫ

0

ରେମୁଣା: କୋଟିପତି ରେମୁଣା ତହସିଲଦାର ଗିରଫ। ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ।

ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ ହୋଇଥିଲା। ଦୁଇଟି ପ୍ଳଟ, ୯୩୭ ଗ୍ରାମ ସୁନା, ଏବଂ ପାଖାପାଖି ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା। ଏତେ ସଂପତ୍ତି କେଉଁଠୁ ଆଣିଲେ, ତାର ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ ତହସିଲଦାର। ଫଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ। ମଙ୍ଗଳବାର ସକାଳେ ଭିଜିଲାନ୍ସ ମୁଖ୍ୟାଳୟରୁ ଏକ ଟିମ୍‌ ବାଲେଶ୍ବର ସର୍କିଟ୍ ହାଉସ୍‌ ନିକଟରୁ ତହସିଲଦାର ଶ୍ରୀ ପତିଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବାପରେ ତାଙ୍କୁ ମୁଖ୍ୟାଳୟକୁ ନିଆଯାଇଥିଲା। ତାଙ୍କ ନାଁରେ ଏକାଧିକ ପ୍ଲଟ୍‌, ଫ୍ଲାଟ୍‌ ଥିବା ଜାଣିବାକୁ ପାଇଥିଲେ।

ସୂଚନା ଅନୁସାରେ, ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍‌ର ୩ ବିଏଚ୍‌କେ ଫ୍ଲାଟ୍‌, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍‌କେ ଫ୍ଲାଟ୍‌, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍‌ରେ ୧୫୫୪ ବର୍ଗଫୁଟ୍‌ର ଏକ ଫ୍ଲାଟ୍‌ ରହିଥିବା ବେଳେ ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍‌ ରହିଛି। ଏସବୁର ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା।

Leave A Reply

Your email address will not be published.