ଭୁବନେଶ୍ଵର: ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର। ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।
ରତ୍ନଭଣ୍ଡାର ଖୋଲିବା ପରେ ଭଣ୍ଡାରରେ କେତେ ଅଳଙ୍କାର ଥିଲା। ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ କରକାର। ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ସାର୍ବଜନୀନ ହେବ। ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି। ଶେଷ ହେବା ପରେ ଗଣତି ମଣତି ହେବ। ଗଣତି ମଣତି ପରେ ତଥ୍ୟ ଦିଆଯିବ । ଶେଷ ଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା