ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

୩୧ ମାର୍ଚ୍ଚ ଯାଏ ବଢିଲା ଇ-କେୱାଇସି ଅବଧି

0

ଭୁବନେଶ୍ଵର : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଇ-କେଓ୍ବାଇସିକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାସନ କାର୍ଡରେ ଇ-କେଓ୍ବାଇସି ଅବଧିକୁ ପୁଣି ବଢାଯାଇଛି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ତେବେ ପୂର୍ବରୁ ଆଜି ଶେଷ ତାରିଖ ଥିବା ବେଳେ ଆଉ ଇ-କେଓ୍ବାଇସି ଭରିବା ନେଇ ସମୟ ଅବଧି ବଢିବନି ସୂଚାଇ ଦିଆଯାଇଥିଲା । ଯାହାକୁ ନେଇ ସକାଳୁ ସକାଳୁ ବିଭିନ୍ନ ଇ-କେଓ୍ବାଇସି କେନ୍ଦ୍ର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯାହାକୁ ଦୃଷ୍ଟିରେ ରଖି ପୁଣି ୫ମ ଥର ପାଇଁ ଇ-କେଓ୍ବାଇସି ସମୟ ଅବଧି ବୃଦ୍ଧି କରିଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ । ଆଉ ଏବେ ପର୍ଯ୍ୟନ୍ତ ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି, ଯେଉଁମାନଙ୍କ ଇ-କେଓ୍ବାଇସି ଅପଡେଟ୍ ହୋଇନାହିଁ । ଲୋକଙ୍କ ସମସ୍ୟା ଦେଖି ଅବଧି ବୃଦ୍ଧି କରାଯାଇଛି ।

ମନ୍ତ୍ରୀ ଆହୁରି ବି କହିଛନ୍ତି, ଏବେ ଯାଏଁ ୯୦ ପ୍ରତିଶତ ଇ-କେଓ୍ବାଇସି ଅପଡେଟ୍ ହୋଇସାରିଛି । ଆହୁରି ୩୩ ଲକ୍ଷ ବାକି ରହିଛି । ନେଟଓ୍ବର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକ ନ-କେଓ୍ବାଇସି କରିନାହାନ୍ତି । ନେଟଓ୍ବର୍କ ସ୍ଲୋ ନେଇ ଲୋକଙ୍କ ଆବେଦନ ଆସିଥିଲା । ୧୧୧ଟି ସ୍ଥାନରେ ସ୍ଲୋ ନେଟଓ୍ବର୍କ ଓ ୨୩୦ ସ୍ଥାନରେ ଜିରୋ ନେଟଓ୍ବାର୍କ ରହିଛି । ଏଥିପାଇଁ ରାଜ୍ୟରେ ମୋଟ ୩୪୧ ପଏଣ୍ଟରେ ନେଟଓ୍ବର୍କ ଡିଭାଇସ୍ ଲଗାଯିବ ।

Leave A Reply

Your email address will not be published.