ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସହଦେବ ନାୟକ ହତ୍ୟାକାଣ୍ଡ : ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ

0

ଭୁବନେଶ୍ୱର: ଭୁବନେଶ୍ୱର ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚ୍ଚିତ ସହଦେବ ନାୟକଙ୍କ ହତ୍ୟା ଘଟଣାରେ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତ ରମା ନାୟକ ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ ପରେ ରମାକୁ ଗିରଫ କରିଛି ପୋଲିସ। ୪୦ ଦିନ ପରେ ସେ ଆତ୍ମସମର୍ପଣ କରିଛି। ଘଟଣା ଦିନ ସହଦେବଙ୍କୁ ବିଚ୍‌ ରାସ୍ତାରେ ଖଣ୍ଡାରେ ହାଣି ଦେଇଥିଲେ। ଏହା ପରେ ରମା ମୁଖ୍ୟ ଅଭିଯୁକ୍ତ ବୋଲି ମୃତ ସହଦେବଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ସେହିଦିନଠାରୁ ରମା ଫେରାର ଥିବାବେଳେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଆଜି ତାକୁ କୋର୍ଟଚାଲାଣ କରାଯିବ। ସହଦେବ ହତ୍ୟାକାଣ୍ଡର ଲେଡି ମାଷ୍ଟରମାଇଣ୍ଡ ରମା ନାୟକ। ଏହି କୁଖ୍ୟାତ ପାଉଡର୍ ବେପାରୀ ୪ ଥର ଜେଲ୍ ଯାଇଛି। ଦୀର୍ଘଦିନ ହେଲା ପଶ୍ଚିମବଙ୍ଗର ନିଶା ମାଫିଆଙ୍କଠୁ ବ୍ରାଉନସୁଗାର୍ ଆଣି ରାଜଧାନୀରେ ସପ୍ଲାଏ କରିଆସୁଥିଲା ୪୫ ବର୍ଷିୟା ରମା। ସେହି ବ୍ରାଉନସୁଗାର ବେପାରରୁ ଉପୁଜିଥିବା ଶତ୍ରୁତାରୁ ସହଦେବଙ୍କର ଜୀବନ ଯାଇଥିଲା।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ୍‌ରେ କେଦାରପଲ୍ଲୀ ଅଞ୍ଚଳର ସଫେଇ କର୍ମଚାରୀ ସହଦେବ ନାୟକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଥିଲେ। ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଥିଲା। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ମୃତଦେହ ନିକଟରେ ଏକ ସ୍କୁଟି ପଡ଼ିଥିଲା।
ମୃତ ସହଦେବ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ୱାମୀଙ୍କ ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଥିଲେ ମୃତ ସହଦେବଙ୍କ ସ୍ତ୍ରୀ। ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଥିଲେ। ପୂର୍ବରୁ ଏହି ଘଟଣାରେ ମାଷ୍ଟରମାଇଣ୍ଡ୍‌ ଲିପିକା ନାୟକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବାନ୍ଧିଥିଲା।। ସ୍ବାମୀ ଲକ୍ଷ୍ମୀଧର ନାୟକଙ୍କ ସହ ମିଶି ସେ ଏହି ଅପରାଧ ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟା ଘଟଣାରେ ୬ ଜଣଙ୍କୁ ପୋଲିସ ବାନ୍ଧି ସାରିଥିବାବେଳେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ରମାଙ୍କୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.