ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା

0

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ମରଲେନ ହେବେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା। ରବିବାର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପାଇଁ ଦଳୀୟ ବିଧାୟକମାନେ ଆତିଶୀଙ୍କ ନାଁ ମନୋନୀତ କରିଥିଲେ। ଆଉ ଏହାପରେ ଆତିଶୀ ବନିଛନ୍ତି ଗୃହରେ ପ୍ରଥମ ମହିଳା ବିରୋଧୀ ଦଳ ନେତା। ତେବେ ଆପର ବିଧାୟକମାନେ ଦଳୀୟ ବୈଠକରେ ସର୍ବସମ୍ମତିକ୍ରମେ ଆତିଶୀଙ୍କୁ ବିରୋଧୀ ଦଳ ନେତା ହେବା ପାଇଁ ମନୋନୀତ କରିଥିଲେ।

ଚଳିତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜେପି ଆପକୁ କ୍ଷମତାରୁ ହଟାଇ ​​୭୦ ଟି ଆସନରୁ ୪୮ଟି ଜିତିଥିଲା। ୨୦୧୫ ଏବଂ ୨୦୨୦ରେ ବିପୁଳ ବିଜୟ ହାସଲ କରିଥିବା କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ମାତ୍ର ୨୨ ଟି ଆସନରେ ଜିତିଥିବା ବେଳେ ଦିଲ୍ଲୀ ଶାସନ ହରାଇଥିଲେ। ୨୦୨୦ ମସିହାରେ ଦକ୍ଷିଣ ଦିଲ୍ଲୀର କାଲକାଜିରୁ ନିର୍ବାଚିତ ହୋଇଥିବା ଆତିଶୀ ପୂର୍ବତନ ବିଜେପି ସାଂସଦ ରମେଶ ବିଧୁରୀଙ୍କ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଫେବୃଆରୀ ୫ ବିଧାନସଭା ନିର୍ବାଚନରେ ​​ତାଙ୍କ ଆସନ ବଜାୟ ରଖିଥିଲେ। ଆଉ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପାଞ୍ଚ ମାସ ପରେ ଜେଲରୁ ମୁକ୍ତ ହେବା ପରେ କେଜ୍ରିୱାଲ ଇସ୍ତଫା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୪୩ ବର୍ଷୀୟ ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ।

ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ। ତିନି ଦିନିଆ ଅଧିବେଶନ ସମୟରେ, ଶାସକ ବିଜେପି ସରକାର କହିଛି ଯେ, ପୂର୍ବ ଆପ୍ ସରକାରଙ୍କ କାର୍ଯ୍ୟଦକ୍ଷତା ବିରୁଦ୍ଧରେ ବିଚାରାଧୀନ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବିରୋଧରେ ଏକ ଦୃଢ଼ ମହିଳା ମୁହଁ ଭାବରେ ତାଙ୍କ ନାମ ପ୍ରସ୍ତାବିତ କରିଛନ୍ତି ଆପ୍ ବିଧାୟକ।

Leave A Reply

Your email address will not be published.