ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ

0

ଜୟପୁର: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ଆଇଆଇଟି ବାବା ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଶିପ୍ରା ପଥ ପୋଲିସ ଷ୍ଟେଶନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଯାଇଛି।

ସୂଚନାନୁସାରେ , ଅଭୟ ସିଂହଙ୍କ ପାଖରୁ ଗଞ୍ଜେଇ ଜବତ ହୋଇଛି। ତାଙ୍କ ଉପରେ ଏନଡିପିଏସ୍ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ଆଇଆଇଟି ବାବାଙ୍କୁ ପୋଲିସ୍ ପଚରାଉଚାର ଜାରି ରଖଛି। ମହାକୁମ୍ଭ ଫେମ୍ ଆଇଆଇଟି ବାବା ଅଭୟ ସିଂହ ନିକଟ ଅତୀତରେ ବାରମ୍ବାର ବିବାଦରେ ଫସି ଚାଲିଛନ୍ତି। ପ୍ରଥମେ ଭାରତ–ପାକିସ୍ତାନ ମ୍ୟାଚ୍ ବିଷୟରେ ତାଙ୍କର ଭବିଷ୍ୟବାଣୀ ଏବଂ ତା’ପରେ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ହାଇ–ଭୋଲଟେଜ୍ ଡ୍ରାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Leave A Reply

Your email address will not be published.