ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ

0

ଜୟପୁର: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ଆଇଆଇଟି ବାବା ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଶିପ୍ରା ପଥ ପୋଲିସ ଷ୍ଟେଶନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଯାଇଛି।

ସୂଚନାନୁସାରେ , ଅଭୟ ସିଂହଙ୍କ ପାଖରୁ ଗଞ୍ଜେଇ ଜବତ ହୋଇଛି। ତାଙ୍କ ଉପରେ ଏନଡିପିଏସ୍ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ଆଇଆଇଟି ବାବାଙ୍କୁ ପୋଲିସ୍ ପଚରାଉଚାର ଜାରି ରଖଛି। ମହାକୁମ୍ଭ ଫେମ୍ ଆଇଆଇଟି ବାବା ଅଭୟ ସିଂହ ନିକଟ ଅତୀତରେ ବାରମ୍ବାର ବିବାଦରେ ଫସି ଚାଲିଛନ୍ତି। ପ୍ରଥମେ ଭାରତ–ପାକିସ୍ତାନ ମ୍ୟାଚ୍ ବିଷୟରେ ତାଙ୍କର ଭବିଷ୍ୟବାଣୀ ଏବଂ ତା’ପରେ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ହାଇ–ଭୋଲଟେଜ୍ ଡ୍ରାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Leave A Reply

Your email address will not be published.