ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ମାଧବୀ ପୁରୀ ବୁଚ୍‌ଙ୍କ ନାମରେ ରୁଜୁ ହେବ ନାହିଁ ଏଫଆଇଆର୍

0

ମୁମ୍ବାଇ: ଶେୟାର ବଜାର ଠକେଇ ମାମଲାରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ଆଶ୍ଵସ୍ତି ମିଳିଛି। ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଏତଲା ଦାୟର କରିବା ନେଇ ସ୍ଵତନ୍ତ୍ର ଅଦାଲତଙ୍କ ନିର୍ଦେଶ ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ।

ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଏବଂ ତାଙ୍କର ଅନ୍ୟ ପାଞ୍ଚ ଜଣ ସହଅଧିକାରୀଙ୍କ ବିରୋଧରେ ଷ୍ଟକ୍ ମାର୍କେଟ ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗରେ, ସ୍ୱତନ୍ତ୍ର କୋର୍ଟ ମାମଲା ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ କୋର୍ଟ ଏହାର ତଦନ୍ତ ଉପରେ ନଜର ରଖିବା ସହିତ, ୩୦ ଦିନ ମଧ୍ୟରେ ମାମଲାର ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ସେବି ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଥିଲା। କୋର୍ଟ ସେମାନଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେଇନାହାନ୍ତି ବୋଲି ଅଭିଯୋଗ କରି ମାମଲାକୁ ଆଉ ଥରେ ବିଚାର କରିବା ପାଇଁ ହାଇକୋର୍ଟରେ ଅପିଲ୍ କରିଥିଲା। ଯାହାକୁ ଗ୍ରହଣ କରି, ମାମଲାର ଶୁଣାଣିରେ ସେବିକୁ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ।

ତେବେ ଭାରତର ପ୍ରଥମ ମହିଳା ସେବି ମୁଖ୍ୟ ମାଧବୀ ପୁରୀବୁଚଙ୍କ ଉପରେ ଆମେରିକାସ୍ଥିତ ଗବେଷଣା ଓ ନିବେଶ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟର ଅଭିଯୋଗ ଆଣିଥିଲା। ଅଭିଯୋଗକାରୀ ‘ମିଡିଆ ରିପୋର୍ଟର’ ବଡ଼ ଧରଣର ଆର୍ଥିକ ଠକେଇ, ବିନିୟାମକ ଉଲ୍ଲଂଘନ ଓ ଭ୍ରଷ୍ଟାଚାରର କଥିତ ଅପରାଧର ତଦନ୍ତ ଦାବି କରିଛନ୍ତି।

ଅଭିଯୋଗକାରୀ କହିଛନ୍ତି, ମାମଲାରେ ଅନେକ ବାର ପୋଲିସ ଷ୍ଟେସନ ଓ ସମ୍ପର୍କିତ ନିୟାମକୀୟ ସଂସ୍ଥାଙ୍କ ସହ ସମ୍ପର୍କ କରାଯିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ସେବି ଅଧିକାରୀ ନିଜ ବୈଧାନିକ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଛନ୍ତି ଓ ବଜାରରେ ହେରଫେରକୁ ପ୍ରୋତ୍ସାହିତ କରିବା ସହିତ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁନଥିବା କମ୍ପାନୀଙ୍କୁ ସୂଚୀବଦ୍ଧ କରିବାର ଅନୁମତି ଦେଇ କର୍ପୋରେଟ ଠକେଇ ପାଇଁ ରାସ୍ତା ଖୋଲିଥିଲେ। ଏହା ପରେ ରାଜନୈତିକ ଅସନ୍ତୋଷ ମଧ୍ୟରେ ମାଧବୀ ପୁରୀବୁଚ୍ ଫେବୃଆରୀ ୨୮ ତାରିଖ ଦିନ ତାଙ୍କ ୩ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ।

Leave A Reply

Your email address will not be published.