ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଅଷ୍ଟ୍ରେଲିଆକୁ ହରାଇଲା ଭାରତ

0

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ଭାରତ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ବିଜୟ । ୨୬୫ ବିଜୟ ଲକ୍ଷ୍ୟକୁ ପାର କଲା ଇଣ୍ଡିଆ। ଏଥିସହ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ମୁକାବିଲାରେ ପରାଜିତ କରିଛି।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ହାସଲ କରିଛି । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ। ଭାରତର ବିସ୍ଫୋରକ ବୋଲିଂ ଆଗରେ କଙ୍ଗାରୁ ଟିମ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ୪୮ ଓଭରରେ ୪ ଓ୍ବିକେଟରେ ୨୬୫ ରନ କରି ବିଜୟ ହାସଲ କରିଛି ଇଣ୍ଡିଆ। ଏଥିସହ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି।

ଟିମ୍‌ ଇଣ୍ଡିଆ ପକ୍ଷରୁ ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ। ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ୨୬୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଥିଲେ। ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଥିଲା। ବ୍ୟାଟିଂରେ ମଧ୍ୟ ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ମାନେ ଦମ୍‌ ଦେଖାଇଥିଲେ। ଦଳ ପକ୍ଷରୁ କୋହଲି ସର୍ବାଧିକ ୮୪ ରନ୍‌ କରିଥିବା ବେଳେ ଶ୍ରେୟାସ ଆୟର ୪୫ ଏବଂ କେ ଏଲ୍‌ ରାହୁଲ ଅପରାଜିତ ୪୨ରନ୍‌ ହାସଲ କରିଥିଲେ।

Leave A Reply

Your email address will not be published.