ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଦୁବାଇରୁ ସୁନା ଚୋରା ଚାଲାଣ ବେଳେ ଅଭିନେତ୍ରୀ ଗିରଫ

0

୧୪ କିଲୋ ସୁନା ଜବତ
ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା।ଏହା ପରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଅଭିନେତ୍ରୀ ରାଓଙ୍କୁ ଗିରଫ କରାଯିବା ପରେ, ତାଙ୍କୁ ଅର୍ଥନୈତିକ ଅପରାଧ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରୁ ରାଓଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି। ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି ।

ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ଅନୁଯାୟୀ, ରାନ୍ୟା ରାଓ ଦୁବାଇରୁ ଏମିରେଟ୍ସ ବିମାନରେ ଆସିଥିଲେ ଏବଂ ତାଙ୍କର ବାରମ୍ବାର ଦୁବାଇ ଗସ୍ତ ଯାତ୍ରା ଯୋଗୁଁ ତାଙ୍କ ଉପରେ ନଜର ରଖାଯାଇଥିଲା । ଅଭିନେତ୍ରୀ ଜଣକ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଯାଇଥିଲେ । ଯେତେବେଳେ ପୋଲିସ ରାଓଙ୍କ ଉପରେ ସନ୍ଦେହ କଲା, ତାଙ୍କୁ ତଦନ୍ତ କରାଯାଇଥିଲା ଏବଂ ଏହି ତଦନ୍ତ ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ମିଳିଥିଲା । ପୋଲିସର ସୂଚନା ଅନୁଯାୟୀ, ରାଓ ସୁନା ଚୋରା ଚାଲାଣ କରୁଥିଲେ।

ରାନ୍ୟା ରାଓ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମାଣିକ୍ୟ’ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମରେ ସେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ସହ ନଜର ଆସିଥିଲେ । ଆପଣଙ୍କୁ କହି ରଖୁଛୁ ଯେ ଅଭିନେତ୍ରୀ ରାନ୍ୟା ରାଓଙ୍କ ବାପା ଜଣେ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ।

Leave A Reply

Your email address will not be published.