ପ୍ରମୁଖ ଖବର

ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ
ପୁରୀ ସମ୍ବଲପୁର, ଓ ରାଉରକେଲାରେ ଖୁବଶୀଘ୍ର ହେବ ପୌର ନିର୍ବାଚନ: ମନ୍ତ୍ରୀ
ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍‌ ସ୍ମିଥ୍‌
ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ନେଲେ ଜଗମୋହନ ମୀନା

ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ନେଲେ ଜଗମୋହନ ମୀନା

0

ଭୁବନେଶ୍ବର: ଆଇପିଏସ୍ ଜଗମୋହନ ମୀନା ବୁଧବାର ବିଧିବଦ୍ଧ ଭାବେ ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୁଲିସ କମିଶନର ସୁରେଶ ସିଂହ ଦେବଦତ୍ତଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କଠାରୁ ସେ ଦାୟିତ୍ବ ନେଇଛନ୍ତି।

ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା। ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ। ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ। ଏଥିସହିତ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନାଗୁଡିକୁ ସୁଦୃଢ଼ କରାଯିବ। ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍‌କୁ ସୁଦୃଢ଼ କରାଯିବ ବୋଲି ମତ ରଖିଛନ୍ତି ନୂଆ ଡିସିପି।

ତେବେ ୨୦୧୨ର ଆଇପିଏସ୍‌ ଜଗନମୋହନ ମୀନା, ପ୍ରଥମେ ୨୦୧୩ରେ କଳାହାଣ୍ଡି ଜିଲ୍ଲାରେ ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୧୭ ମସିହାରେ ଏସ୍‌ପି ଭାବେ ପ୍ରଥମେ ମାଲ୍‌କାନଗିରିରେ ଯୋଗଦେଇଥିଲେ। ସେଠାରେ ଦୁଇବର୍ଷ କାର୍ଯ୍ୟ କରିବା ପରେ ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସ୍‌ପି ଭାବେ ଯୋଗଦେଇଥିଲେ। ୨୦୨୩ରେ ସେ ଗଞ୍ଜାମ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେଠାରେ ସେ ବର୍ଷେ ୯ମାସ କାର୍ଯ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଦାୟିତ୍ବ ନେଇଥିଲେ। ଏହି ନିକଟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିବା ପରେ ଏବେ ସେ ଭୁବନେଶ୍ବର ଡିସିପି ଭାବରେ ନିଯୁକ୍ତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ଭାବେ ବଦଳି କରାଯାଇଛି। ସେହିପରି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି।

Leave A Reply

Your email address will not be published.