ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

0

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି। ଚଳିତ ଥର ମାଟ୍ରିକ, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ୫ ଲକ୍ଷ ୨୨ ହଜାର ୩୬୬ ପରୀକ୍ଷାର୍ଥୀ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି।

ସୂଚନାନୁଯାୟୀ, ଶେଷ ହୋଇଛି ମାଟ୍ରିକ୍‌ ପରୀକ୍ଷା। ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି ବୋଲି ବୋର୍ଡ ସୂଚନା ଦେଇଛି। ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଲା ବୋଲି ବୋର୍ଡ ସଭାପତି କହିଛନ୍ତି। ପ୍ରଶ୍ନପତ୍ରରେ ୱାଟର ମାର୍କ ଓ କ୍ୟୁଆର କୋଡ୍‌ରୁ ସୁଫଳ ମିଳିଛି। ଏଥର ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ନାହିଁ, ସମସ୍ତଙ୍କ ସହଯୋଗ ମିଳିଛି। ଏଆଇ କ୍ୟାମେରା ଦ୍ୱାରା ପରୀକ୍ଷାରେ ଅନିୟମିତତା ଧରାପଡିଛି। ଏହାସହ ବିଜ୍ଞାନ ପଶ୍ନପତ୍ରରେ ୪ ମାର୍କ ତ୍ରୁଟି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କମ୍ପ୍ୟୁଟର ଭାଇରସ୍‌ ପାଇଁ ହୋଇଛି ଆଗକୁ ଯେଭଳି ଏଭଳି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ।

Leave A Reply

Your email address will not be published.