ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

0

କଟକ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ। ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି।

ସୂଚନା ଅନୁସାରେ, ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ। ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା। ଆଉ ଆଜି (ଗୁରୁବାର) ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ ମିଳିଛି।

ତେବେ ଜଷ୍ଟିସ ହରିଶ ଟଣ୍ଡନ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି। ସେ ଏବେ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି। କୋଲକାତା ହାଇକୋର୍ଟର ସେ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି। ସେ ୨୦୧୦ରୁ ଏପ୍ରିଲ୍‌ ୧୩ରୁ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

Leave A Reply

Your email address will not be published.