ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ବାଣ ବିସ୍ଫୋରଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

0

ଯାଜପୁର: ଯାଜପୁର ବାଣ ବିସ୍ଫୋରଣ ଘଟଣାରେ କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାସୁଦେବପୁର ଜାଲପୁର ଗାଁରେ ଘଟିଥିଲା ଭୟାବହ ବାଣ ବିସ୍ଫୋରଣ।ଏଥିରେ ୪ ଜଣ ଆହତ ହୋଇଥିଲେ। ୨ ବୟସ୍କଙ୍କ ସମେତ ୨ ଜଣ ଶିଶୁ ଆହତ ହୋଇଥିଲେ।

ସୂଚନା ମୂତାବକ ଗତକାଲି ଯାଜପୁର ଟାଉନ ଥାନା ଜାଲପୁର ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଗାଁର ନିଶିକାନ୍ତ ପତି ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କିଛି ଲୋକଙ୍କୁ ଲଗାଇ ନିଜ ଘରେ ବାଣ କାରଖାନା ଚଳାଉଥିଲେ। ହଠାତ୍ କୌଣସି କାରଣ ବଶତଃ ଗତକାଲି ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି କଟକ ବଡ ମେଡିକାଲକୁ ପଠାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ଯୁବକ ବାଦଲ ପାତ୍ର।

ବାଦଲ ବାଣ ଭିଡୁଥବା ବେଳେ ହଠାତ୍ ବିସ୍ପୋରଣ ଘଟିଥିଲା। ବାଣ ତିଆରିରେ ଲାଗିଥିବା ଶ୍ରମିକ ଓ କର୍ମଚାରୀ ମାନେ ଗୁରୁତର ହୋଇପଡିଥିଲେ। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘରର ଛାତ ସଂପୁର୍ଣ୍ଣ ଉଡିଯାଇଥିଲା। ଗୁରୁତର ଅବସ୍ଥାରେ ବାଦଲ, ନଳିନୀକାନ୍ତ ପତି, ନାରାୟଣ ବେହେରାଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ବାଦଲଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବିସ୍ଫୋରଣ ସ୍ଥଳ ନିକଟରେ କାମ କରୁଥିବା ଦୁଇ ଜଣ ଶ୍ରମିକ ମଧ୍ୟ ଛାତରୁ ଖସି ପଡି ଆହତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.