ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଏଫଆଇଆର୍‌‌ ନ ରଖିଲେ ହେବେ ସସ୍‌ପେଣ୍ଡ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଏଫଆଇର୍ ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ। ରାଜ୍ୟରେ ଏଣିକି ଜିରୋ ଏଫଆଇଆର। ଅପରାଧ କେଉଁଠି ବି ଘଟୁ ଆପଣ ସବୁ ଥାନାରେ କରିପାରିବେ ଅଭିଯୋଗ। ଏଭଳି ବଡ଼ ସୂଚନା ଦେବା ସହ ପୋଲିସ ବାବୁଙ୍କୁ ମଧ୍ୟ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଫଆଇର୍ ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା ନକଲେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ମିତ ଭୁବନେଶ୍ୱର ନୂଆପଲ୍ଲୀ ଥାନା ଗୃହ ସହିତ ରାଜ୍ୟର ଅନ୍ୟ ୧୩ଟି ନବନିର୍ମିତ ଥାନା ଗୃହକୁ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମୁଦାୟ ୪୧ କୋଟି ୯୯ ଲକ୍ଷ ୫୯ ହଜାର ଟଙ୍କା ବିନିମୟରେ ଏହି ୧୪ଟି ଥାନା ନିର୍ମିତ ହୋଇଥିବା ବେଳେ ଥାନାଗୁଡିକରେ ଅତ୍ୟାଧୁନିକ ଭିତ୍ତିଭୂମି ତଥା ବୈଜ୍ଞାନିକ କାରିଗରୀ କୌଶଳ ନିମିତ୍ତ ଯନ୍ତ୍ରାଂଶ ଉପଲବ୍ଧ ରହିଛି, ଯାହାଦ୍ୱାରା ପୁଲିସ ଅଧିକାରୀ ମାନେ ଅଧିକ ଦକ୍ଷତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ପାରିବେ।

ଥାନା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଲିସ ଅଧିକାରୀମାନଙ୍କୁ କଡ଼ା ତାଗିଦ କରି କହିଛନ୍ତି ଯେ ଥାନାକୁ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବାକୁ ପଡ଼ିବ। ଥାନାକୁ ଆସିଲେ ଚା’ପାଣି ଦେଇ ସମ୍ମାନ ସହକାରେ ପୋଲିସ ଅଭିଯୋଗ ଶୁଣିବା ଦରକାର । କେହି ଜିରୋ ଏଫଆଇଆର୍‌‌ ଦେଲେ ତାକୁ ରଖିବାକୁ ହେବ। ଜିରୋ ଏଫଆଇଆର ନ ରଖିଲେ ନିଲମ୍ବନ କରାଯିବ। ଥାନାରେ ଏତଲା ରଖାଗଲା ନାହିଁ ବୋଲି ଯେମିତି ଶୁଣାଯିବନି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଥାନାରେ କିଭଳି ପୁଲିସ ଶୁଣେନି ତାର ମୁଁ ଭୁକ୍ତଭୋଗୀ। ଗତ ୨୪ ବର୍ଷର ସରକାର ଅମଳରେ ଥାନାରେ କିଛି ଶୁଣା ଯାଉନଥିଲା। ମୁଁ ଏଭଳି ଘଟଣାର ଦୁଇଥର ଭୁକ୍ତଭୋଗୀ। କେନ୍ଦୁଝର ସଦର ଥାନାରେ ମୋତେ ଏଭଳି ଦୁଇଥର ସାମ୍ନା କରିବାକୁ ପଡ଼ିଛି। ପୂର୍ବ ସରକାର ସମୟରେ ମୋ ପ୍ରତି କେନ୍ଦୁଝର ସଦର ଥାନା ଅଧିକାରୀ ‘ଗେଟ୍ ଆଉଟ’ କହି ଅପମାନିତ ଓ ଦୁର୍ବ୍ୟବହାର କରିଥିଲେ । ରାଜ୍ୟରେ ଆଉ କାହା କ୍ଷେତ୍ରରେ ଏମିତି ଘଟଣା ଘଟିବାକୁ ଦେବିନି । ଆଉ ଯିଏ ଏଭଳି ଘଟଣାର ପୁନରାବୃତ୍ତି କରନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ସହ ଚାକିରିରୁ ବହିଷ୍କାର କରାଯିବ ।

Leave A Reply

Your email address will not be published.