ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

0

ଭୁବନେଶ୍ବର: ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି। ବିଜୁ ଜୟନ୍ତୀରେ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି।

ବିଜୁ ବାବୁ’ କେବଳ ବିଜେଡିର ନୁହଁନ୍ତି। ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି। ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସ୍‌ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ। କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଜେଡି ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରିଛି। ସମ୍ମାନ କଥା କହି ତାଙ୍କୁ ବାରମ୍ବାର ଅସମ୍ମାନ କରିଛି। ବିଜୁ ବାବୁଙ୍କୁ ମୋହନ ମାଝୀଙ୍କ ସରକାର ସବୁବେଳେ ଆଗ ଧାଡ଼ିରେ ରଖିଛି। ଗଲା ନିର୍ବାଚନରେ ବିଜୁ ବାବୁଙ୍କ ଫଟୋ କାଢ଼ି ଦେଇଥିଲା ବିଜେଡି। ଏବେ ପାଦ ତଳୁ ମାଟି ଖସିଗଲାଣି ବୋଲି ବିଜୁଙ୍କୁ ନେଇ ରାଜନୀତି କରୁଛି ଦଳ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.