ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

କୋର୍ଟରେ ହାଜର ହେଲେ ରାଜା ଚକ୍ର

0

ବାଲେଶ୍ୱର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର। ଆଜି ଇଓଡବ୍ଲୁ ରାଜାଙ୍କୁ ବାଲେଶ୍ଵର କୋର୍ଟରେ ହାଜର କରିଛି। ହାଜର କରିବା ପରେ ଇଓଡବ୍ଲୁ ରିମାଣ୍ଡ ପାଇଁ ଆବେଦନ କରିବ। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲା ରେ ଗୁରୁବାର ରାଜା ଚକ୍ର ଙ୍କୁ ଇଓଡବ୍ଲୁ ଗିରଫ କରିଛି। ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର।

ତେବେ ଏହି ବେଆଇନ କାର୍ଯ୍ୟରେ ଆଉ କେଉଁମାନଙ୍କ ସମ୍ପୃକ୍ତ ରହିଛି, ସେନେଇ ଇଓଡବ୍ଲ୍ୟୁ ତଦନ୍ତକୁ ଜୋରଦାର୍‌ କରିଛି। ତେବେ ମାମଲାରେ ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାଜାଙ୍କ ପକ୍ଷରୁ ମଧ୍ୟ ଜାମିନ ପାଇଁ ଆବେଦନ ହୋଇନଥିବା ସୂଚନା ମିଳିଛି।

ରାଜାଙ୍କ ଓକିଲ କହିଛନ୍ତି, ଯେତେବେଳେ ଇଓଡବ୍ଲ୍ୟୁ ପକ୍ଷରୁ ରାଜାଙ୍କୁ ପଚରାଉଚରା କରାଯିବ ସେତେବେଳେ ରାଜାଙ୍କ ପକ୍ଷରୁ ଓକିଲ ଉପସ୍ଥିତ କରିବା ପାଇଁ କୋର୍ଟରେ ଆବେଦନ କରାଯିବ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାର ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

ରାଜା ଚକ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଥିଲା। ପୂର୍ବରୁ ଏଇ ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା। ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।

Leave A Reply

Your email address will not be published.