ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କୋର୍ଟରେ ହାଜର ହେଲେ ରାଜା ଚକ୍ର

0

ବାଲେଶ୍ୱର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର। ଆଜି ଇଓଡବ୍ଲୁ ରାଜାଙ୍କୁ ବାଲେଶ୍ଵର କୋର୍ଟରେ ହାଜର କରିଛି। ହାଜର କରିବା ପରେ ଇଓଡବ୍ଲୁ ରିମାଣ୍ଡ ପାଇଁ ଆବେଦନ କରିବ। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲା ରେ ଗୁରୁବାର ରାଜା ଚକ୍ର ଙ୍କୁ ଇଓଡବ୍ଲୁ ଗିରଫ କରିଛି। ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର।

ତେବେ ଏହି ବେଆଇନ କାର୍ଯ୍ୟରେ ଆଉ କେଉଁମାନଙ୍କ ସମ୍ପୃକ୍ତ ରହିଛି, ସେନେଇ ଇଓଡବ୍ଲ୍ୟୁ ତଦନ୍ତକୁ ଜୋରଦାର୍‌ କରିଛି। ତେବେ ମାମଲାରେ ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାଜାଙ୍କ ପକ୍ଷରୁ ମଧ୍ୟ ଜାମିନ ପାଇଁ ଆବେଦନ ହୋଇନଥିବା ସୂଚନା ମିଳିଛି।

ରାଜାଙ୍କ ଓକିଲ କହିଛନ୍ତି, ଯେତେବେଳେ ଇଓଡବ୍ଲ୍ୟୁ ପକ୍ଷରୁ ରାଜାଙ୍କୁ ପଚରାଉଚରା କରାଯିବ ସେତେବେଳେ ରାଜାଙ୍କ ପକ୍ଷରୁ ଓକିଲ ଉପସ୍ଥିତ କରିବା ପାଇଁ କୋର୍ଟରେ ଆବେଦନ କରାଯିବ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାର ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

ରାଜା ଚକ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଥିଲା। ପୂର୍ବରୁ ଏଇ ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା। ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।

Leave A Reply

Your email address will not be published.