ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

0

ଭୁବନେଶ୍ବର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏଥିପାଇଁ ଜଳାଶୟ ନିକଟରେ ମୁତୟନ ରହିବ ପାୱାର ବୋଟ୍। ୨୪ ଘଣ୍ଟିଆ ପାଟ୍ରୋଲିଂ କରିବ ଅଗ୍ନିଶମ ଟିମ୍ । ସ୍କୁବା ଡ୍ରାଇଭର ଓ ଆସ୍କା ଲାଇଟ୍ ମହଜୁଦ୍ ରଖାଯିବ। ପ୍ରତି ବ୍ଲକରେ ମୁତୟନ ରହିବେ ଅଗ୍ନିଶମ ଟିମ୍। ଏଥିପାଇଁ ୩୪୫କେନ୍ଦ୍ର ରହିଛି।

ଆଧୁନିକ ଯନ୍ତ୍ରପାତି ଓ ପାୱାର ବୋଟ ରହିଛି। ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ପ୍ରସ୍ତୁତ ରହିଛି। ଭୁବନେଶ୍ବର ପାଇଁ ଅଧିକ ୫ଟି ଟିମ୍ ମୁତୟନ କରାଯିବ। କଟକ, ଭୁବନେଶ୍ବର ଓ ସମ୍ବଲପୁରରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ରହିବ। କଟକରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଆଲର୍ଟ ରହିବେ ବୋଲି କୁହାଯାଇଛି। ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ହୋଲିରେ ମଦ ଦୋକାନ ବନ୍ଦ ରହିବ। ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ।

Leave A Reply

Your email address will not be published.