ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

0

ବାଲେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ୩ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ। ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର। ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର ହେଇଛନ୍ତି ରାଜା। ୫ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲ୍ୟୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଇଓଡବ୍ଲ୍ୟୁ ଅଧିକ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ରାଜା ସହ ତାର ଅନ୍ୟ ୨ ସହଯୋଗୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ସଭାପତି ମାନସ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ମଙ୍ଗଳବାର କୋର୍ଟରେ ଆବେଦନ କରିଛି। ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରିମାଣ୍ଡରେ ଆଣି ଅଧିକ ପଚରାଉଉଚରା କରିବ। ଏପରିକି ହୋଇଥିବା ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେନେଇ ଅଧିକ ତଥ୍ୟ ଯୋଗାଡ କରିବ।

କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଏକ ପ୍ରେସମିଟ୍ ଜରିଆରେ ଏନେଇ ସୂଚନା ଦେଇଥିଲେ କ୍ରାଇମ୍‌ବ୍ରାଞ୍ଚ ଡିଜି। ୨୦୧୭-୧୮ ମସିହାରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି।

Leave A Reply

Your email address will not be published.