ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଆଜି ଠାରୁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଆରମ୍ଭ

0

କଟକ: ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଆଜି ଠାରୁ ଆରମ୍ଭ ହେଉଛି। ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ଦେଖାଯିବ। ଏଥିପାଇଁ ମୋଟ ୧୧,୮୦୦ ଜଣ ପରୀକ୍ଷକଙ୍କୁ ନିୟୋଜିତ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଦେଖା କାର୍ଯ୍ୟ ଚାଲିବ। ଏହି କାର୍ଯ୍ୟରେ ନିୟୋଜିତ ପରୀକ୍ଷକ ଓ କର୍ମଚାରୀମାନେ ଖାତାଦେଖା ସମୟରେ କେନ୍ଦ୍ରର କ୍ୟାମ୍ପସ୍‌ ବାହାରକୁ ଯାଇପାରିବେ ନାହିଁ। ଏଥିସହ ମୋବାଇଲ ପ୍ରବେଶ ମନା କରାଯାଇଛି। କୌଣସି ମୂଲ୍ୟାୟନ କେନ୍ଦ୍ରରେ ନିୟମ ଉଲ୍ଲଂଘନ ହେଉଥିବା ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ, ଖାତାଦେଖା ଲାଗି ପରୀକ୍ଷକମାନେ ମଙ୍ଗଳବାର ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ଥିଲେ। ବିଭିନ୍ନ ଜିଲାରେ ଜିଲା ଶିକ୍ଷାଧିକାରୀ ମୂଲ୍ୟାୟନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି। ଖାତାଦେଖା ପ୍ରକ୍ରିୟାକୁ ସହଜ କରିବା ପାଇଁ କେତେକ ୟୁନିଟ୍‌ ଗଠନ କରାଯାଇଛି। ପ୍ରତି ୟୁନିଟ୍‌ରେ ଜଣେ ମୁଖ୍ୟ ପରୀକ୍ଷକ, ଦୁଇଜଣ ଉପପରୀକ୍ଷକ, ଦୁଇ ଜଣ ସ୍କ୍ରୁଟିନାଇଜର, ତଦାରଖ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି। ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ମଧ୍ୟ ଦାୟିତ୍ୱରେ ରହିଛନ୍ତି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୂଲ୍ୟାୟନକାରୀ ଓ କର୍ମଚାରୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ନିମନ୍ତେ ୧୦ରୁ ଅଧିକ ପରୀକ୍ଷକ ସଂରକ୍ଷଣ ଭାବେ ରଖାଯାଇଛି। ଆବଶ୍ୟକସ୍ଥଳେ ଏହା ବୃଦ୍ଧି କରାଯାଇପାରିବ। ପରୀକ୍ଷକମାନେ ପ୍ରତ୍ୟେକ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ନିର୍ଦ୍ଦିଷ୍ଟ ଏକ ଉତ୍ତର ହିସାବରେ ମୂଲ୍ୟାୟନ କରିବେ। ପ୍ରତିଦିନ ମୂଲ୍ୟାୟନ ପରେ ନମ୍ବର ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ। ଏଥିଲାଗି ବୋର୍ଡ ପକ୍ଷରୁ ୩୦୦ରୁ ଊଦ୍ଧର୍‌ବ ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି। ନମ୍ବର ଏଣ୍ଟ୍ରି ସମୟରେ ଯେପରି ତ୍ରୁଟି ନ ରୁହେ, ସେଥିପ୍ରତି ଯନତ୍ବାନ୍‌ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.