ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

୨୦ ରୁ ୨୪ ଯାଏଁ ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଆଭ୍ୟନ୍ତର ଓଡ଼ିଶା ରୁ ବିଦର୍ଭ ଯାଏଁ ଏକ ନିମ୍ନଚାପ ରେଖା ବିସ୍ତାରିତ ହୋଇଛି। ସେହିପରି ବଙ୍ଗୋପସାଗର ଉପରେ ଏକ ଗୁରୁଚାପ ବଳୟ ରହିଛି। ବଙ୍ଗୋପସାଗର ରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓ ନିମ୍ନଚାପ ଜନିତ ବାୟୁ ସମ୍ମିଶ୍ରଣ ହେତୁ ଆସନ୍ତା ୨୦ ରୁ ୨୪ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ଓ ସ୍ଥାନେ ସ୍ଥାନେ କୁଆପଥର ବୃଷ୍ଟି ସମ୍ଭାବନା ରହିଛି। ବିଶେଷ କରି ୨୧-୨୪ ତାରିଖ ମଧ୍ୟରେ ରାଜ୍ୟ ର ଅନେକ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ଝାରସୁଗୁଡା, ଦେଓଗଡ଼, ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ଓ ସ୍ଥାନେ ସ୍ଥାନେ ୩୦-୪୦କିମି/ ଘଣ୍ଟା ପବନ ବହିବା ସମ୍ଭାବନା ରହିଛି।

୨୨-୨୩ ରେ ସମଗ୍ର ରାଜ୍ୟ ରେ ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ପବନ ର ବେଗ ୪୦-୫୦କିମି/ ଘଣ୍ଟା ବହିବାର ସମ୍ଭାବନା ରହିଛି ଓ ଉତ୍ତର ଓଡ଼ିଶା ର କେତେକ ଅଞ୍ଚଳରେ କୁଆପଥର ବୃଷ୍ଟି ହୋଇପାରେ। ଆସନ୍ତା ଏକ ସପ୍ତାହ ଯାଏଁ ରାଜ୍ୟ ରେ ଦିନ ତାପମାତ୍ରା କମ୍ ରହିବ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.