ପ୍ରମୁଖ ଖବର

ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍‌ କରାଯିବ ନାହିଁ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପରିବାର
ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ଜବାବ ଦାଖଲ ପାଇଁ ସମୟ ନେଲେ ସରକାର
ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ
ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ବଢୁଛି ଆଗ୍ରହ-ଶକ୍ତିମନ୍ତ୍ରୀ
ସଫଳତାର ସହ ପୃଥିବୀ ପୃଷ୍ଠକୁ ପହଞ୍ଚିଲେ ସୁନିତା
କମିବ ଖରା, ୨୦ ରୁ ୨୪ ଯାଏଁ ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଆଜି ଠାରୁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଆରମ୍ଭ

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

0

ତେଲେଙ୍ଗାନା: ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କଲା ତେଲେଙ୍ଗାନା ପୋଲିସ୍। ସାଇବରାବାଦର ମିୟାପୁର ପୋଲିସ ବେଟିଂ ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣାଶୁଣା ଅଭିନେତା ରାଣା ଡାଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା, ମାଞ୍ଚୁ ଲକ୍ଷ୍ମୀ ଏବଂ ନିଧି ଅଗ୍ରୱାଲ ସମେତ ୨୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ବେଆଇନ ବେଟିଂ ଏବଂ ଜୁଆ କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହି ମାମଲା ରୁଜୁ କରିଛି ପୋଲିସ୍।

ତେବେ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଭିଯୁକ୍ତ ଅଭିନେତା ଏବଂ ମିଡିଆ ଇନଫ୍ଲୁଏନ୍ସରଙ୍କ ବିରୁଦ୍ଧରେ ଭାରତ ନ୍ୟାୟ ସଂହିତାର ଧାରା ୩୧୮(୪), ୧୧୨(ଆର/ଡବ୍ଲୁ) ୪୯, ତେଲେଙ୍ଗାନା ରାଜ୍ୟ ଗେମିଂ ଆଇନ (ଟିଏସଜିଏ)ର ଧାରା ୪ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬-ଡି ଅନୁଯାୟୀ, ସେଲିବ୍ରିଟିଙ୍କ ପ୍ରମୋସନକୁ ବିଶ୍ବାସ କରି ଲୋକେ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏହି ଆଇନଗତ ବ୍ୟବସ୍ଥାଗୁଡ଼ିକ ପ୍ରତାରଣାମୂଳକ କାର୍ଯ୍ୟକଳାପ, ବେଆଇନ ଗେମିଂ ପ୍ରୋତ୍ସାହନ ଏବଂ ଅନଲାଇନ୍ ପ୍ରତାରଣା ସହିତ ଜଡିତ କରି ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ଟିମ୍।

ଉକ୍ତ ଏଫଆଇଆରରେ ଉଲ୍ଲେଖ ରହିଛି ଯେ, ରାଣା ଡାଗ୍ଗୁବତୀ ଏବଂ ପ୍ରକାଶ ରାଜ ଜଙ୍ଗଲୀ ରମିର ପ୍ରୋତ୍ସାହନ ସହିତ ଜଡିତ ଥିବା ବେଳେ ବିଜୟ ଦେବରକୋଣ୍ଡା ଏ ୨୩ ବେଟିଂ ଆପରେ ପ୍ରମୋସନ କରୁଥିଲେ। ସେହିପରି ମାଞ୍ଚୁ ଲକ୍ଷ୍ମୀ ୟୋଲୋ ୨୪୭, ପ୍ରଣୀଥା ଫେୟାରପ୍ଲେ ଏବଂ ନିଧି ଅଗ୍ରୱାଲ ଜିତ ୱିନ୍ ବେଟିଂ ଆପ ସହ ଜଡିତ ଥିଲେ। ଏହି ଅଭିନେତା ଏବଂ ଇନଫ୍ଲୁଏନ୍ସରମାନେ ଅନଲାଇନ୍ ପପ୍-ଅପ୍ ବିଜ୍ଞାପନ ମାଧ୍ୟମରେ ଏହି ବେଟିଂ ପ୍ଲାଟଫର୍ମଗୁଡ଼ିକୁ ପ୍ରୋତ୍ସାହିତ କରୁଥିଲେ, ଯାହା ବ୍ୟବହାରକାରୀମାନଙ୍କୁ ବେଆଇନ ଜୁଆରେ ଲିପ୍ତ ହେବାକୁ ଉତ୍ସାହିତ କରୁଥିଲା। ଯେଉଁଥିରେ ପ୍ରୋତ୍ସାହିତ ହୋଇ ଅନେକ ଲୋକ ଠକେଇର ଶିକାର ହୋଇଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବେଟିଂ ଆପ୍ସର ପ୍ରଚାରକୁ ରୋକିବା ପାଇଁ କରାଯାଇଥିବା ପ୍ରୟାସକୁ ଅନୁସରଣ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶେଷକରି ଇଣ୍ଡିଆନ୍ ପ୍ରିମିୟର ଲିଗ୍, ଆଇପିଏଲ ଭଳି ହାଇ-ପ୍ରୋଫାଇଲ୍ ଇଭେଣ୍ଟ ସମୟରେ, ଏଭଳି ଅନେ ବିଜ୍ଞାପନ ଦେଖିବାକୁ ମିଳୁଥିବା ବେଳେ, ବେଟିଂ ଆପର ଚାହିଦା ମଧ୍ୟ ବଢିଥାଏ। ଯାହାକୁ ନେଇ ଗତ ବର୍ଷ ମେ’ରେ, ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନକୁ ଉଦ୍ଧୃତ କରି ଅବୈଧ ବେଟିଂ ଏବଂ ଜୁଆ ପ୍ଲାଟଫର୍ମଗୁଡ଼ିକର ପରୋକ୍ଷ ଏବଂ ଉପରୋକ୍ତ ବିଜ୍ଞାପନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲା । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରି, ଏହି ଆପ୍ଲିକେସନ୍ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଦଣ୍ଡ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ଦୃଷ୍ଟିରେ ରଖି କିଛି ଏପରି ପଦକ୍ଷେପ ଗ୍ରହଣ କରିଛି ପୋଲିସ୍।

Leave A Reply

Your email address will not be published.