ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

0

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଛି। ଏପରି ପରିସ୍ଥିତିରେ ପରିବାର ସଦସ୍ୟମାନେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଫୋନ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ସମୟରେ, ଅଗ୍ନିଶମ କର୍ମଚାରୀମାନେ ବଙ୍ଗଳା ଭିତରେ ଏକ ବିରାଟ ଟଙ୍କା ଗଦା ପାଇଲେ। ଏହା ପରେ, ଏହି ମାମଲା ଉଚ୍ଚ ଅଧିକାରୀଙ୍କ ପାଖରେ ପହଞ୍ଚିଲା ଏବଂ ତା’ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା।

ଜଣେ ହାଇକୋର୍ଟ ଜଜଙ୍କ ଘରୁ ବିପୁଳ ପରିମାଣର ଟଙ୍କା ବିଡ଼ା ମିଳିବା ଏକ ଆଶ୍ଚର୍ଯ୍ୟ ଘଟଣା। ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ। କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ। ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ। ବରିଷ୍ଠ ପୋଲିସ ଅଧିକାରୀ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ରିକଭରୀ ହୋଇଥିଲା ନଗଦ ଟଙ୍କା।

ଏପରିକି ଏ କଥା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଜଣାଇଥିଲେ ସରକାର। ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଏହାକୁ ଗୁରୁତ୍ୱର ସହ ନେଇଥିଲେ। ତୁରନ୍ତ ଡାକିଥିଲେ ସୁପ୍ରିମକୋର୍ଟର କଲେଜିୟମ୍। ଜଷ୍ଟିସ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ପାଇଁ କଲେଜିୟମ୍ ସର୍ବସମ୍ମତ ନିଷ୍ପତ୍ତି ନେଇଥିଲା। ୨୦୨୧ ଅକ୍ଟୋବର ମାସରେ ଜଷ୍ଟିସ ବର୍ମା ଆହ୍ଲାବାଦ ହାଇକୋର୍ଟରୁ ବଦଳି ହୋଇ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ।

Leave A Reply

Your email address will not be published.