ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବରଯାତ୍ରୀ ଗାଡି ଓଲଟି ଜଣେ ମୃତ, ୬ ଆହତ

0

କଳାହାଣ୍ଡି: ଓଲଟିଲା ବରଯାତ୍ରୀ ଗାଡି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଭୋରରୁ କଳାହାଣ୍ଡି ଜିଲ୍ଲାର ୨୬ ନଂ ଜାତୀୟ ରାଜପଥ କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆଜି ଭୋରରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ୨୬ ନମ୍ୱର୍ ଜାତୀୟ ରାଜପଥର ଚିଲିଗୁଡା ଗାଁ ନିକଟରେ ଓଲଟି ପଡ଼ିଛି। ଘଟଣାସ୍ଥଳରେ ଗାଡି ଚାଳକ ଭଜନ କରଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ଜଣକ ଜୁନାଗଡ଼ ଥାନା ବରଗାଁର ଭଜନ କର ବୋଲି ଜଣାପଡିଛି।

ଗୁରୁତର ମାନେ ସୁବାସ ଖମାରି, ବବିଲୁ ହରିଜନ, ସୁମନ୍ତ କର, ଧର୍ମରାଜ କର, ଅରୁପ ଖମାରି ତୋଫାନ ସୁନାନୀ ବୋଲି ସୂଚନା ମିଳିଛି। କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତାହତ ମାନେ ବରଗାଁରୁ ଛତିଶଗଡ଼ର କେରଣ୍ଡୁଲକୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋକସରା ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.