ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋଲ୍ଡ ଡ୍ରିଙ୍କ୍ସବୋତଲରେ ଦେଶୀ ମଦ ବିକ୍ରି , ୨ ଜଣ ଗିରଫ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ନୂଆ ଉପାୟରେ ଚୋରା ମଦ କାରବାର। ଭୁବନେଶ୍ୱରରେ ଚାଲିଛି କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ବିକ୍ରି। ଶୁକ୍ରବାର ଘାଟିକିଆରେ ଦେଶୀ ମଦ ଚାଲାଣ ବେଳେ ବିପୁଳ ପରିମାଣର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ଏଥିସହିତ ଦୁଇଜଣ ବେପାରୀକୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ବର ଘାଟିକିଆ ବରମୁଣ୍ଡା ରାସ୍ତାରେ ଏକ ଦୋକାନରେ ସ୍ପ୍ରାଇଟ ବୋତଲରେ ମଦ ବିକ୍ରି କରାଯାଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ଉକ୍ତ ଦୋକାନରେ ପହଞ୍ଚିଥିଲା ଅବକାରୀ ବିଭାଗ। ଦୋକାନରେ ଚଢାଉ କରିବା ପରେ ମଦ ବ୍ୟବସାୟର ଏହି ଅନନ୍ୟ ଉପାୟ ଦେଖି ଅବକାରୀ ବିଭାଗର ମୁଣ୍ଡ ମଧ୍ୟ ଚକ୍କର ଖାଇଥିଲା। ଦେଶୀ ମଦ ଭର୍ତ୍ତି କୋଲ୍ଡ ଡ୍ରିଙ୍କ୍ସ ଟ୍ରେ ସବୁ ଜବତ କରିବା ସହ ଘଟଣାରେ ଦୋକାନ ମାଲିକ ଓ ଅନ୍ୟଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Leave A Reply

Your email address will not be published.