ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜସ୍ୱ ମନ୍ତ୍ରୀଙ୍କ କାରକେଡ୍ ଉପରକୁ ଢେଲାମାଡ଼

0

ମୟୂରଭଞ୍ଜ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ ହୋଇଛି। ମୟୂରଭଞ୍ଜ ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏ ଘଟଣା। କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ଏବଂ ପବନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇଥିବାବେଳେ ଘର ଓ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରି ମନ୍ତ୍ରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ କରିଛନ୍ତି ଉତ୍ୟକ୍ତ ଲୋକ।

ଢ଼େଲା ମାଡ଼ରେ ମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ହୋହଲ୍ଲା। ତେବେ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍‌ଙ୍କ ମୁଣ୍ଡ ଫାଟିଥିବା ନେଇ ସୂଚନା ମିଳିଛି। ବାଙ୍ଗିରିପୋଷି ଷ୍ଟେସନ୍‌ ଛକରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ତେବେ କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ୨ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର।

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ଲୋକେ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମଧ୍ୟ ଲୋକେ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ସେମାନେ ରୋଷ ଝାଡ଼ିଛନ୍ତି।
ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ଷୟକ୍ଷତି ସମୀକ୍ଷା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଆଜି ଅନଲାଇନ୍‌ରେ ଟଙ୍କା ମିଳିବ। ଯେଉଁମାନଙ୍କ ଆଧାର ଲିଙ୍କ୍‌ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.