ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ରାଜସ୍ୱ ମନ୍ତ୍ରୀଙ୍କ କାରକେଡ୍ ଉପରକୁ ଢେଲାମାଡ଼

0

ମୟୂରଭଞ୍ଜ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ ହୋଇଛି। ମୟୂରଭଞ୍ଜ ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏ ଘଟଣା। କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ଏବଂ ପବନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇଥିବାବେଳେ ଘର ଓ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରି ମନ୍ତ୍ରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ କରିଛନ୍ତି ଉତ୍ୟକ୍ତ ଲୋକ।

ଢ଼େଲା ମାଡ଼ରେ ମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ହୋହଲ୍ଲା। ତେବେ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍‌ଙ୍କ ମୁଣ୍ଡ ଫାଟିଥିବା ନେଇ ସୂଚନା ମିଳିଛି। ବାଙ୍ଗିରିପୋଷି ଷ୍ଟେସନ୍‌ ଛକରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ତେବେ କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ୨ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର।

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ଲୋକେ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମଧ୍ୟ ଲୋକେ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ସେମାନେ ରୋଷ ଝାଡ଼ିଛନ୍ତି।
ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ଷୟକ୍ଷତି ସମୀକ୍ଷା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଆଜି ଅନଲାଇନ୍‌ରେ ଟଙ୍କା ମିଳିବ। ଯେଉଁମାନଙ୍କ ଆଧାର ଲିଙ୍କ୍‌ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.