ପ୍ରମୁଖ ଖବର

ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ ସରକାର
ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ
ମିଆଁମାର ଭୂକମ୍ପ : ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ସାଂସଦଙ୍କ ପରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

0

ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶୁକ୍ରବାର ଗୃହର ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରାଯାଇଛି। ବିରୋଧୀ ଏବଂ ଶାସକ ଦଳର ବିଧାୟକମାନେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ଏପରିକି ଦରମା ବୃଦ୍ଧି ସହ ପୂର୍ବତନ ସଦସ୍ୟଙ୍କ ପେନସନ ଦାବି କରାଯାଇଛି।
ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ। ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଶୂନ୍ୟକାଳରେ ଦାବି ଉଠାଇଲା ବିଜେଡି। ସାଂସଦଙ୍କ ପରେ ଏବେ ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସଙ୍ଗ ଉଠାଇ କହିଛନ୍ତି ବର୍ତ୍ତମାନ ବଜାର ଦର ବଢ଼ିଛି। ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି। ଏଥିପାଇଁ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ହୋଇ ରିପୋର୍ଟ ଦିଆଯାଇଛି। ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ପ୍ରମିଳା ମଲ୍ଲିକ କହିଛନ୍ତି। ୨୦୧୭ ମସିହାରେ ଶେଷ ଥର ପାଇଁ ବିଧାୟକଙ୍କ ଦରମା ବଢାଯାଇଥିଲା। ଏହା ପରଠାରୁ ଆଉ ଦରମା ବଢି ନାହିଁ। ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ଗ୍ରହଣ କରି ଜୁନ ମାସରୁ ପିଛିଲା ଭାବେ ଲାଗୁ କରାଯାଉ ବୋଲି ବିଧାନସଭାରେ ଦାବି ହୋଇଛି।

ସୂଚନାନୁଯାୟୀ, କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ସାଂସଦଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଥିଲେ। ଏହି ବର୍ଦ୍ଧିତ ଦରମା ୧ ଏପ୍ରିଲ୍ ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ। ସାଂସଦମାନେ ଲକ୍ଷେ ଟଙ୍କା ପରିବର୍ତ୍ତେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ସାଂସଦଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ସଂସଦର ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ ଆଇନ ୧୯୫୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ପରିବର୍ତ୍ତନଗୁଡ଼ିକ କରାଯାଇଛି। ୫ ବର୍ଷ ପରେ, ସାଂସଦଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.