ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ

0

ଭୁବନେଶ୍ବର: ପୁଣି ଫେରିଲେ ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଦୀପଙ୍କୁ ମିଳିଛି ନୂଆ ଦାୟିତ୍ୱ। ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରୀ କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ପ୍ରଦୀପ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ପ୍ରଦୀପ ଜେନା। ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡ଼ିଥିଲା ଏହି ପଦ।

୧୯୮୯ ବ୍ୟାଚ ଆଇଏଏସ ପ୍ରଦୀପ ଜେନା। ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ। ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା।କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ। ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମକା ଥିଲା।

ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ। ଓଡ଼ିଶା ଆର୍ଥିକ ଦୁର୍ବଳ ଥିବା ସମୟରେ ସେ ଉଲ୍ଲେଖନୀୟ କାମ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ କାମ କରିଥିଲେ ପ୍ରଦୀପ ଜେନା। ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ପ୍ରଦୀପ ଜେନା ଦକ୍ଷତା ପ୍ରଦର୍ଶିତ କରିଛନ୍ତି। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି। ସେହିପରି କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ୱତନ୍ତ୍ର ରିଲିଫ୍‌ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଗୁରୁଦାୟିତ୍ୱ ତୁଲାଇଥିଲେ।

Leave A Reply

Your email address will not be published.