ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ସୁଭଦ୍ରା ଯୋଜନାରୁ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା ବାଦ ପଡ଼ିଛନ୍ତି ବୋଲି ଆଜି ବିଧାନସଭାରେ ସୁଭଦ୍ରାର ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପାଇଥିଲେ। ଦ୍ୱିତୀୟ କିସ୍ତିରେ ୯୮ଲକ୍ଷ ୮୨ହଜାର ୯୨ଜଣ ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତିରେ ସରକାର ୫ହଜାର ୩୨କୋଟି ୯୩ଲକ୍ଷ ଦେଇଛନ୍ତି। ଦ୍ୱିତୀୟ କିସ୍ତିରେ ୪ହଜାର ୯୪୧କୋଟି ୪ଲକ୍ଷ ପ୍ରଦାନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରକାଶ କରିଛନ୍ତି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ