ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଏପ୍ରିଲ ୧୪କୁ ସରକାରୀ ଛୁଟି ଘୋଷିତ କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ଅର୍ଥାତ୍ ଏପ୍ରିଲ ୧୪କୁ କେନ୍ଦ୍ର ସରକାର ଏକ ସାଧାରଣ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଶୁକ୍ରବାର ଏକ ପୋଷ୍ଟରେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଶେଖାୱତ କହିଛନ୍ତି ଯେ, ସମ୍ବିଧାନର ପ୍ରଣେତା ତଥା ସମାଜରେ ସମାନତାର ଏକ ଯୁଗର ପ୍ରତିଷ୍ଠାତା ଆମର ସମ୍ମାନିତ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଏକ ସାଧାରଣ ଛୁଟିଦିନ ହେବ। ଶେଖାୱତ କହିଛନ୍ତି ଯେ, ଏହି ନିଷ୍ପତ୍ତି ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବା ସାହେବଙ୍କ ପ୍ରତି ଦେଶର ନିଷ୍ଠାପର ଭାବନାକୁ ସମ୍ମାନ ଦେଇଛନ୍ତି। କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ସରକାରୀ ଆଦେଶ ନିଶ୍ଚିତ କରିଛି ଯେ, ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ସମଗ୍ର ଭାରତରେ ଶିଳ୍ପ ପ୍ରତିଷ୍ଠାନ ସମେତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଏପ୍ରିଲ୍ ୧୪, ୨୦୨୫ ରେ ବନ୍ଦ ରହିବ।

Leave A Reply

Your email address will not be published.