ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ମ୍ୟାନମାର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

0

ଥାଇଲ୍ୟାଣ୍ଡ: ଶୁକ୍ରବାର ମ୍ୟାନମାର ଏବଂ ଥାଇଲ୍ୟାଣ୍ଡରେ ଘଟିଥିବା ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଏହାର ଭଗ୍ନାବଶେଷ ତଳେ ଶହ ଶହ ଲୋକ ପୋତି ହୋଇ ରହିଛନ୍ତି। ଏହି ଭୂମିକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଭଗ୍ନାବଶେଷ ତଳେ ଖୋଜା ଚାଲିଛି।

୨୩୭୬ ଜଣ ଆହତ ହୋଇଛନ୍ତି।ଏବେବି ଅନେକ ଲୋକ ନିଖୋଜ ରହିଛନ୍ତି। ଭୂକମ୍ପର ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ନାପିଡାରେ ବିପୁଳ କ୍ଷୟକ୍ଷତି ହୋଇଛି। ମିଆଁମାରରେ ମଣ୍ଡଳାୟ ବିଶ୍ଵବିଦ୍ୟାଳୟରେ ବି ନିଆଁ ଲାଗିଯାଇଥିଲା। ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି। ଏକ ମସଜିଦ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ଜଳ ପ୍ଲାବନ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଭୂକମ୍ପ ପରେ ବହୁତଳ ପ୍ରାସାଦଗୁଡିକ ଦୋହଲିଥିବା ଜଣାଯାଇଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

ଭୂକମ୍ପର ଗଭୀରତା ୧୦ କିଲୋମିଟରରେ ଥିଲା ବୋଲି ପ୍ରକାଶ କରିଛି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି। ସେପଟେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି। ବ୍ୟାଙ୍କକରେ ଏକ ନିର୍ମାଣାଧୀନ ବିଶାଳ କୋଠା ଭୁଶୁଡ଼ି ପଡ଼ିଥିଲା। ଭୂକମ୍ପ ପରେ ଜରୁରୀ ବୈଠକ ଡାକିଥିଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେତୋଙ୍ଗତାର୍ଣ୍ଣ ସିନାବାତ୍ରା। ବିଭିନ୍ନ ସ୍ଥାନରେ ବିଭିନ୍ନ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ୟାଙ୍କକରେ ୯୦ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଥିବାବେଳେ ବ୍ୟାଙ୍କକରେ ମେଟ୍ରୋ ସେବା ବାତିଲ ହୋଇଛି। ୪୦ରୁ ଅଧିକ ଶ୍ରମିକ ନିଖୋଜ ଥିବାବେଳେ ବହୁ ନିର୍ମାଣାଧୀନ କୋଠାରେ ଫସିଛନ୍ତି ଶ୍ରମିକ।.. ଚୀନର ଦକ୍ଷିଣ ପଶ୍ଚିମ ଅନ୍ତର୍ଗତ ୟୁନାନ ପ୍ରଜାତନ୍ତ୍ର ବି କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଯୋଗୁ ଏହି ସବୁ ଦେଶରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପର ପ୍ରଭାବ ମେଘାଳୟ ସମେତ ଉତ୍ତରପୂର୍ବାଞ୍ଚଳ ଭାରତରେ ପଡିଛି। ବାଂଲାଦେଶରେ ବି ପଡିଛି ଏହାର ପ୍ରଭାବ। ସହାୟତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.