ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

0

ନୁଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଶୁକ୍ରବାର ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି ସରକାର। ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଡିଏ ୫୩ରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ସପ୍ତମ ବେତନ ଆୟୋଗ ଅଧୀନରେ ଏହି ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାରଙ୍କ ଶୁକ୍ରବାର ନିଆଯାଇଥିବା ନିଷ୍ପତ୍ତିରେ ପ୍ରାୟ ୧.୧ କୋଟି ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ। ଏମାନଙ୍କୁ ଅଧିକ ଲାଭ ମିଳିବ। ୨୦୨୫ ଜାନୁଆରୀ ୧ ତାରିଖରୁ ଏହାକୁ ପିଛିଲା ଭାବେ ଲାଗୁ କରାଯିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୩୬.୫୭ ଲକ୍ଷ କର୍ମଚାରୀ ଓ ୩୩.୯୧ ଲକ୍ଷ ପେନସନ ଗ୍ରହଣ କରୁଥିବା କର୍ମଚାରୀ ରହିଛନ୍ତି।

ସରକାର ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ଏପରି କ୍ଷେତ୍ରରେ, ଦୁଇ ମାସର ବକେୟା ପାଉଣାକୁ ଏକାଠି ମିଶାଇ ମାର୍ଚ୍ଚ ମାସର ଦରମା ସହିତ ଦିଆଯିବ।କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ପ୍ରଚଳିତ ମୁଦ୍ରାସ୍ଫୀତି ହାର ଏବଂ ସେମାନଙ୍କର ମୂଳ ଦରମା ଆଧାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଏ, ଯେତେବେଳେ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା ମିଳିଥାଏ। ସେମାନଙ୍କର ଲକ୍ଷ୍ୟ ହେଉଛି କର୍ମଚାରୀ ଏବଂ ପେନସନଭୋଗୀଙ୍କ ଉପରେ ମୁଦ୍ରାସ୍ଫୀତିର ବୋଝ ହ୍ରାସ କରିବା। ମୁଦ୍ରାସ୍ଫୀତି ହାର ଆଧାରରେ ସରକାର ବର୍ଷକୁ ଦୁଇଥର ଏହାକୁ ପରିବର୍ତ୍ତନ କରନ୍ତି।

Leave A Reply

Your email address will not be published.