ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଭୁବନେଶ୍ୱର ବିମାନବନ୍ଦରରୁ ସାପ ଓ କଇଁଛ ଜବତ, ଜଣେ ଗିରଫ

0

ଭୁବନେଶ୍ୱର ବିମାନ ବନ୍ଦରରେ କଇଁଛ ସହ ଅନେକ ସରୀସୃପ ଉଦ୍ଧାର। ଝିଟିପିଟି, ଗୋଧି, ବୋଡ଼ା ସାପ ଆଦିକୁ ଉଦ୍ଧାର କଲା କଷ୍ଟମ ବିଭାଗ। ବ୍ୟାଂକକ୍‌ରୁ ଭାୟା ଭୁବନେଶ୍ୱର ଦେଇ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଜବତ କଲା ବିଭାଗ। ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ତେବେ ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରିଛି ବିଭାଗ। ଚେନ୍ନାଇର ଜଣେ ଯୁବକ ଅଟକ ରହିଥିବାବେଳେ ସିଟି ଫରେଷ୍ଟର ତଦନ୍ତ ଜାରି।

ସୂଚନା ଅନୁସାରେ, ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଜଣେ ଯୁବକ ବ୍ୟାଂକକ୍ରୁ ଭାୟା ଭୁବନେଶ୍ଵର ଦେଇ ଚେନ୍ନାଇ ଚାଲାଣ କରୁଥିବା ବେଳେ ଭୁବନେଶ୍ଵର ବିମାନବନ୍ଦରରେ ଧରିଛି କଷ୍ଟମ୍ ବିଭାଗ । ମୋଟ ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ ଟି କଇଁଛ ଜବତ କରିଛି ବିଭାଗ। ଏଥିସହ ଚାଲାଣ କରୁ୍‌ଥିବା ଶଙ୍କରକୁ ମଧ୍ୟ ଧରିଛି ବିଭାଗ। ତାଙ୍କଠାରୁ ସମସ୍ତ ବଣ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବରେ ଜବତ କରିବା ସହ ଯୁବକଙ୍କ ପାସପୋର୍ଟ ମଧ୍ୟ ଜବତ କରିଛି କଷ୍ଟମ ବିଭାଗ। ଉଦ୍ଧାର ହୋଇଥିବା ସମସ୍ତ ବଣ୍ୟଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କର ପଟିଆ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ସହ ଲିଙ୍କ୍‌ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ସେଗୁଡ଼ିକୁ ଚେନ୍ନାଇର କେଉଁ କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା, ତାହାର ତଦନ୍ତ କରୁଛି ବନ ବିଭାଗ।
ଉଦ୍ଧାର ହୋଇଥିବା ସମସ୍ତ ଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ତେବେ ମୁର୍ଗନଙ୍କ ସହ ସଂମ୍ପୃକ୍ତ ଥିବା ଜଣେ ଓଡିଆ ଯୁବକ ପଟିଆ ଅଞ୍ଚଳ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ପେଟ୍ ବା ପୋଷାଜନ୍ତୁ ବ୍ୟବସାୟ କରନ୍ତି। ଏହି ଜନ୍ତୁ କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ ଚାଲିଛି। ଏପରିକି ଚେନ୍ନାଇର କେଉଁ ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ପଠାଯାଇଥାନ୍ତା, ଏହାର ବି ଯାଞ୍ଚ କରୁଛି ଟିମ୍।

Leave A Reply

Your email address will not be published.