ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲୋକସଭାରେ ଆଗତ ହେଲା ୱାକଫ୍ ବିଲ୍

0

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଓ୍ବାକଫ୍ ବିଲ୍। ବିରୋଧୀଙ୍କ ତୀବ୍ର ବିରୋଧ ସତ୍ବେ ବାଚସ୍ପତି ଓମ୍ ବିର୍ଲା ଙ୍କ ଅନୁମତି କ୍ରମେ ଆଜି ସଂସଦରେ ସଂଶୋଧିତ ଓ୍ବାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।
ବିଲ୍ ଉପସ୍ଥାପନ ହେବା ପରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଦୀର୍ଘ ୮ ଘଣ୍ଟାର ଆଲୋଚନା ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି। ରିଜିଜୁଙ୍କ ଭାଷଣ ସମୟରେ ବିରୋଧୀ ମାନେ ସଂସଦ ଭିତରେ ବଡଧରଣର ହଙ୍ଗାମା କରିଥିଲେ। ବିରୋଧୀ ନାରାବାଜି ଏବଂ ବିରୋଧ ମଧ୍ୟରେ ସେ କହିଛନ୍ତି ଏହି ବିଲ୍ ମୁସଲିମ୍ ସମ୍ପ୍ରଦାୟର ଧାର୍ମିକ ବିଶ୍ଵାସକୁ କ୍ଷୁର୍ଣ୍ଣ କରେନାହିଁ। ଏହା କେବଳ ସମ୍ପତ୍ତି ପରିଚାଳନା ସହ ଜଡିତ। ଏଥିରେ କୌଣସି ମୁସଲିମ୍ ସମ୍ପ୍ରଦାୟର ସମ୍ପତ୍ତି ଛଡାଇ ନିଆଯିବ ନାହିଁ। ଆଲୋଚନା ପରେ ବିଧାୟକ ଉପରେ ଭୋଟିଂ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ବିଜେପିର ସହଯୋଗୀ ଦଳ ତଥା ଶାସକ ଏନଡିଏର ବିଭିନ୍ନ ଅଂଶୀଦାର ଦଳ ଯଥା ତେଲୁଗୁ ଦେଶମ ପାର୍ଟି , ଶିବସେନା, ଲୋକ ଜନଶକ୍ତି ପାର୍ଟି ନିଜ ନିଜ ସାଂସଦ ମାନେ ଲୋକସଭାରେ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.