ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ମମତାଙ୍କୁ ସୁପ୍ରିମକୋର୍ଟ ଝଟକା: ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ କରିଥିବା ବେଳେ ଏନେଇ ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଯେଉଁଥିରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଅଧୀନରେ ୨୫,୦୦୦ ରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ବାତିଲ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟାରେ ହେରାଫେରି ଏବଂ ଜାଲିଆତି ହୋଇଛି ଏବଂ ଏହାର ବିଶ୍ୱସନୀୟତା ଏବଂ ବୈଧତା କ୍ଷୁର୍ଣ୍ଣ ହୋଇଛି। ତେଣୁ ନିଯୁକ୍ତି ମିଳିଥିବା ବ୍ୟକ୍ତିଙ୍କୁ ଚାକିରୀ ଛାଡିବାକୁ ହେବ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏନେଇ ନିଷ୍ପତ୍ତି ଶୁଣାଇଥିବା ବେଳେ ସେ କହିଛନ୍ତି, ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଦେଖାଯାଉନାହିଁ। ନିଯୁକ୍ତିଗୁଡ଼ିକରେ ଠକେଇ ହୋଇଛି। ତେଣୁ ଏହା ବିଶ୍ବାସଘାତକତା। ଏଥିସହିତ ସର୍ବୋଚ୍ଚ କୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଏକ ନୂତନ ଚୟନ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହି ନୂତନ ପ୍ରକ୍ରିୟାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ୨୦୧୬ରେ ହୋଇଥିବା ଏହି ପୂର୍ବ ନିଯୁକ୍ତି ଦ୍ବାରା ସେମାନେ ନେଇଥିବା ଦରମା ଫେରାଇବାକୁ ପଡ଼ିବ ନାହିଁ। କିନ୍ତୁ ଯେଉଁମାନେ ଏଥିରେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କୁ ସମସ୍ତ ଦରମା ଫେରାଇବାକୁ ପଡିବ। ତେବେ କୋର୍ଟ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ନିୟମରୁ ବାଦ୍ ଦେଇଛନ୍ତି। ସେମାନେ ସେମାନଙ୍କର ବର୍ତ୍ତମାନର ପଦବୀ ଜାରି ରଖିପାରିବେ ବୋଲି ନିର୍ଦ୍ଦେଶ ଦେିଛନ୍ତି କୋର୍ଟ।

ତେବେ ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷା ବ୍ୟବସ୍ଥାରେ ନିଯୁକ୍ତି ନେଇ ହେରଫେର ଠାବ କରିବା ପରେ ପ୍ରାୟ ୨୫ ହଜାରରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତି ରଦ୍ଦ କରିଥିଲେ କୋଲକାତା ହାଇକୋର୍ଟ। ୨୦୧୬ରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷାରେ ୨୩ ଲକ୍ଷରୁ ଅଧିକ ପ୍ରାର୍ଥୀ ଉପସ୍ଥିତ ଥିଲେ। ଖାଲି ପଦବୀ ସଂଖ୍ୟା ୨୪,୬୪୦ ଥିଲା, କିନ୍ତୁ ୨୫,୭୫୩ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି ସୁପରନ୍ୟୁମେରିକ୍ ପଦବୀଗୁଡ଼ିକରେ ବେଆଇନ ନିଯୁକ୍ତି ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଯାହା ମମତା ସରକାରଙ୍କ ପାଇଁ ଏକ ବଡ ଅଡୁଆ ସୃଷ୍ଟି କରିଥିଲା। ଯେଉଁଥିରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ଲେଫ୍ଟନାଣ୍ଟଙ୍କ ସମେତ ଏହାର ଅନେକ ପ୍ରମୁଖ ନେତା ଏହି ମାମଲା ସହିତ ଜଡିତ ଥାଇ ଜେଲରେ ରହିଛନ୍ତି। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଯାହାକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ସେପଟେ ସୁପ୍ରିମକୋର୍ଟଙ୍କ ଖାରଜ ପରେ ମମତାଙ୍କ ସରକାରଙ୍କୁ ତାତ୍ସଲ୍ୟ କରିଛି ବିଜେପି। ବରିଷ୍ଠ ବିଜେପି ନେତା ଅମିତ ମାଲବ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ମମତା ବାନାର୍ଜୀଙ୍କ ପାଇଁ ପରାଜୟ ବୋଲି ବର୍ଣ୍ଣନା କରିଛନ୍ତି। ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ, ପାର୍ଥ ଚାଟାର୍ଜୀ- ଯିଏ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଟଙ୍କା ସହିତ ଧରାପଡ଼ିଥିଲେ, ଏହି ଦୁର୍ନୀତିରେ ତାଙ୍କର ଭୂମିକା ପାଇଁ ପୂର୍ବରୁ ଜେଲରେ ଅଛନ୍ତି। ଏଥିସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ମଧ୍ୟ ଦାୟୀ କରାଯିବା ଦରକାର ବୋଲି ଦାବି କରିଛନ୍ତି ଅମିତ୍ । କହିଛନ୍ତି, ମୁଖ୍ୟମନ୍ତ୍ରୀ, ଯାହାଙ୍କ ତତ୍ବାବଧାନରେ ଏହି ବଡ଼ ଠକେଇ ହଜାର ହଜାର ଯୁବକଙ୍କ କ୍ୟାରିଅରକୁ ନଷ୍ଟ କରିଥିଲା, ତାଙ୍କୁ ମଧ୍ୟ ଦାୟୀ କରାଯିବା ଉଚିତ ଏବଂ ସେ ମଧ୍ୟ ବିଚାରର ସମ୍ମୁଖୀନ ହେବା ଉଚିତ।

Leave A Reply

Your email address will not be published.