ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ବାୟୁମଣ୍ଡଳ ର ୫.୮କିମି ଉପରେ ୮୨° ପୂର୍ବ ଦ୍ରାଘିମା ରେଖା ଓ ୨୧° ଉତ୍ତର ଅକ୍ଷାଂଶ ନିକଟବର୍ତ୍ତୀ ଅଞ୍ଚଳ ରେ ଏକ ପଶ୍ଚିମଝଡ଼ ଟ୍ରଫ ରହିଛି। ସେହିପରି ବିହାର ରୁ ଉତ୍ତର ଉପକୂଳ ଓଡ଼ିଶା ଯାଏଁ ଝାଡ଼ଖଣ୍ଡ ଦେଇ ଏକ ଟ୍ରଫ ରେଖା ବିସ୍ତାରିତ ହୋଇଛି।

ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ମୟୂରଭଞ୍ଜ, ବୌଦ୍ଧ, ଦେଓଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେଉଁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତର ଓଡ଼ିଶା ର ସ୍ଥାନେ ସ୍ଥାନେ କୁଆପଥର ବୃଷ୍ଟି ହୋଇପାରେ। ଏହି ସମୟ ରେ ବିଜୁଳି ଘଡଘଡି ବର୍ଷା ସହ କିଛି ଅଞ୍ଚଳ ରେ ଘଣ୍ଟା ପ୍ରତି ପ୍ରାୟ ୩୦-୪୦କିମି ପବନ ବହିବାର ସମ୍ଭାବନା ରହିଛି।

ତେବେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରେ ଆସନ୍ତା ୫ ଦିନ ଯାଏଁ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବିଶେଷ କରି ଅପରାହ୍ନ ପରେ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ୧୫ ତାରିଖ ରୁ ୧୭ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ର ପ୍ରଭାବ ରହିବ। ଏହି ସମୟ ରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.