ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ବାୟୁମଣ୍ଡଳ ର ୫.୮କିମି ଉପରେ ୮୨° ପୂର୍ବ ଦ୍ରାଘିମା ରେଖା ଓ ୨୧° ଉତ୍ତର ଅକ୍ଷାଂଶ ନିକଟବର୍ତ୍ତୀ ଅଞ୍ଚଳ ରେ ଏକ ପଶ୍ଚିମଝଡ଼ ଟ୍ରଫ ରହିଛି। ସେହିପରି ବିହାର ରୁ ଉତ୍ତର ଉପକୂଳ ଓଡ଼ିଶା ଯାଏଁ ଝାଡ଼ଖଣ୍ଡ ଦେଇ ଏକ ଟ୍ରଫ ରେଖା ବିସ୍ତାରିତ ହୋଇଛି।

ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ମୟୂରଭଞ୍ଜ, ବୌଦ୍ଧ, ଦେଓଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେଉଁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତର ଓଡ଼ିଶା ର ସ୍ଥାନେ ସ୍ଥାନେ କୁଆପଥର ବୃଷ୍ଟି ହୋଇପାରେ। ଏହି ସମୟ ରେ ବିଜୁଳି ଘଡଘଡି ବର୍ଷା ସହ କିଛି ଅଞ୍ଚଳ ରେ ଘଣ୍ଟା ପ୍ରତି ପ୍ରାୟ ୩୦-୪୦କିମି ପବନ ବହିବାର ସମ୍ଭାବନା ରହିଛି।

ତେବେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରେ ଆସନ୍ତା ୫ ଦିନ ଯାଏଁ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବିଶେଷ କରି ଅପରାହ୍ନ ପରେ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ୧୫ ତାରିଖ ରୁ ୧୭ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ର ପ୍ରଭାବ ରହିବ। ଏହି ସମୟ ରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.