ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

କଟକ ପୋଲିସର ଡବଲ ଏନକାଉଣ୍ଟର

0

କଟକ: କଟକରେ ଡବଲ୍ ଏନ୍‌କାଉଣ୍ଟର୍। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରଜ୍ୟୋତି ପରିଡା ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅଂଚଳରେ ଏହି ଏନକାଉଣ୍ଟର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
କଟକରେ ଦୀର୍ଘ ଦିନର ବ୍ୟବଧାନ ପରେ ଏନକାଉଣ୍ଟର ହୋଇଛି। କଟକ ଚୌଦ୍ବାରରେ କଟକ କମିସନରେଟ ପୋଲିସର ଡବଲ ଏନକାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସଂଗ୍ରାମ ରାଉତ ଏବଂ ଶୁଭ୍ରଜ୍ୟୋତି ପରିଡା ଆହତ ହୋଇଛନ୍ତି। ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଶୁଭ୍ରଜ୍ୟୋତି ଘର କଟକ ବୟାଳିଶ ମୌଜା କୁଳକଳପଡ଼ା। ଡକାୟତି, ଲୁଟ୍‌ପାଟ ଭଳି ଏକାଧିକ ସଙ୍ଗୀନ ମାମଲାରେ ଜଡ଼ିତ ଥିବା କଟାସ ଓ ଜୁବୁଲାକୁ ଧରିବା ପାଇଁ ପୁଲିସ ପିଛା କରୁଥିବା ବେଳେ ଚୌଦ୍ଵାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଅପରାଧୀ ପୋଲିସକୁ ପ୍ରଥମେ ଆକ୍ରମଣ କରିଥିଲେ। ସ୍ଥିତି ବିଗିଡ଼ିବାରୁ ପୋଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା। ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି। ଦୁଇ ଅପରାଧୀଙ୍କୁ କଟକ ଏସ୍‌ସିବି ମେଡିକାଲ ଟ୍ରମା କେୟାରରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଛି।

କିଛି ଦିନ ତଳେ କ୍ୟାଣ୍ଟନମେଣ୍ଟ ଏବଂ ଚୌଦ୍ବାର ଥାନା ଅଞ୍ଚଳରେ ଛିନତାଇ ଘଟଣା ଘଟିଥିଲା। ଜାତୀୟ ରାଜପଥ -୫୫ ରେ ପୋଲିସ ଦୁଇ ଜଣ ଅପରାଧୀଙ୍କୁ ପିଛା କରିଥିଲା। ଏହି ସମୟରେ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସର ପାଲଟା ଗୁଳି ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଏସବିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଅପରାଧୀଙ୍କ ଗୁଳିରେ ୩ ଜଣ ପୋଲିସ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ଅଭିଯୁକ୍ତ ଜୁବଲା ଓରଫ ଶୁଭ୍ରଜ୍ୟୋତି ପରିଡ଼ା। ତା ନାଁରେ ୪୯ଟି ମାମଲା ରହିଛି। ଦ୍ବିତୀୟ ଅଭିଯୁକ୍ତ କଟାସ ଓରଫ ସଂଗ୍ରାମ ରାଉତ ନାଁରେ ମଧ୍ୟ ୧୫ଟି ଅପରାଧିକ ମାମଲା ରହିଛି। “

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତଙ୍କଠାରୁ ବନ୍ଧୁକ, ଗୁଳି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। କଟାସ ଓ ଜୁବୁଲା ବିରୋଧରେ ଡକାୟତି, ଛନତାଇ, ହତ୍ୟା, ବୋମାମାଡ଼ ଉଦ୍ୟମ ଭଳି ଅନେକ ସଙ୍ଗୀନ ମାମଲା କଟକ କମିସନରେଟ ସମେତ ବିଭିନ୍ନ ପୋଲିସ ଥାନାରେ ରହିଛି। ଅଭିଯୁକ୍ତ କଟାସ ଓ କୁବୁଲାଙ୍କ ପାଖରେ ବନ୍ଧୁକ, ଗୁଳି ଆଦି ମାରଣାସ୍ତ୍ର ଥିବା ପୁଲିସ ସୂଚନା ପାଇଥିଲା। ଡିସିପିଙ୍କ ନିର୍ଦ୍ଦେଶରେ କଟକ କମିସନରେଟ୍ ପୋଲିସର ସ୍ପେଶାଲ୍ ଟିମ ସେମାନଙ୍କୁ ଧରିବା ପାଇଁ ଅଭିଯାନ ଚଳାଇଥିଲା।

Leave A Reply

Your email address will not be published.